ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ରେଞ୍ଜ ବାଲିଜେରେଙ୍ଗ ଗାଁ ନିକଟରୁ ହାତୀ ଛୁଆ ଉଦ୍ଧାର

ଅନୁଗୁଳ(କେନ୍ଯୁଜ୍): ହାତୀ ଶାବକ ଉଦ୍ଧାର। ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ରେଞ୍ଜ ବାଲିଜେରେଙ୍ଗ ଗାଁ ନିକଟରୁ ହାତୀ ଛୁଆ ଉଦ୍ଧାର ହୋଇଛି। ସକାଳେ ଏକ ହାତୀ ଛୁଆ ହାତୀପଲଠାରୁ ଅଲଗା ହୋଇ ବାଲିଜେରେଙ୍ଗ ଗାଁରେ ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ।

ହାତୀ ଛୁଆକୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଥିଲେ। ବନ ବିଭାଗ ପହଞ୍ଚି ହାତୀ ଶାବକଟିକୁ ଜଙ୍ଗଲ ଭିତରେ ଛାଡି ଦେଇଛନ୍ତି। ୧୦ ମାସର ହାତୀ ଛୁଆଟି ଗାଁରେ ଏଣେତେଣେ ବୁଲୁଥିଲା। ବନବିଭାଗ ତାକୁ ଘଉଡାଇଥିଲେ। ତାର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.