Below header

ମୟୂରଭଞ୍ଜ : ପୁଣି ବିଜୁଳି ନେଲା ହାତୀର ଜୀବନ

ମୟୁରଭଞ୍ଜ(କେନ୍ଯୁଜ୍) : ପୁଣି ବିଜୁଳି ନେଲା ହାତୀର ଜୀବନ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୟୂରଭଞ୍ଜର ଦେଉଳି ପେଞ୍ଚ ପନପୋଷିରେ ଏକ ହାତୀର ମୃତ୍ୟୁ ଘଟିଛି । ମୃତ ହାତୀର ୧୫ରୁ ୧୬ ବର୍ଷ ବୟସ ହେବ । ପାନପୋଷି ଗାଁ ନିକଟକୁ ଫସଲ ଖାଇବାକୁ ହାତୀ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ପୂର୍ବରୁ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅନୁଗୁଳ ଜିଲ୍ଲା ହଣ୍ଡପାରେ ବିଦ୍ୟୁତ ତାର ଲାଗି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା । ରାଜ୍ୟରେ ବାରମ୍ବାର କରେଣ୍ଟ ଲାଗି ହାତୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

dead1ଅପରପକ୍ଷେ ଜିଲ୍ଲାରେ ଉପଦ୍ରବ ଜାରି ରଖିଛନ୍ତି ଝାଡ଼ଖଣ୍ଡୀ ହାତୀ । ତେବେ ଏହି ହାତୀପଲରୁ ୩୦ରୁ ଅଧିକ ହାତୀ ବାଲେଶ୍ୱର ଜିଲ୍ଲା ବସ୍ତା ମୁହାଁ ହୋଇଛନ୍ତି । ବସ୍ତାର ଅର୍ମଦା ରୋଡ଼ ଅଞ୍ଚଳରେ ଘୂରି ବୁଲିବା ସହ ପାଚିଲା ଧାନ କ୍ଷେତରେ ପଶି ନଷ୍ଟ କରୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ରାସଗୋବିନ୍ଦପୁର ବନ ବିଭାଗ ହାତୀପଲ ଉପରେ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.