ଶୋଇଥିବାବେଳେ ଦଳିଦେଲା ଦନ୍ତା, ଆକ୍ରମଣରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ତାଳେଚର(କେନ୍ୟୁଜ୍): ଶୋଇଥିବାବେଳେ ଦଳିଦେଲା ଦନ୍ତା। ତାଳେଚର ସନ୍ଥପଡ଼ା ଗାଁରେ ବିଳମ୍ବିତ ରାତିରେ ଦନ୍ତା ଆକ୍ରମଣରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର। ସୂଚନା ଅନୁଯାୟୀ ଗତକାଲି ରାତିରେ ସ୍ୱାମୀ ମୁକୁନ୍ଦ ମୁଣ୍ଡା ଓ ସ୍ତ୍ରୀ କାଞ୍ଚନ ମୁଣ୍ଡା ଘରେ ଶୋଇଥିବାବେଳେ ଘର ଭାଙ୍ଗି ଦମ୍ପତ୍ତିଙ୍କୁ ଆକ୍ରମଣ କରିଥିଲା।

ଘଟଣା ସ୍ଥଳରେ ସ୍ତ୍ରୀ କାଞ୍ଚନଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀ ମୁକୁନ୍ଦଙ୍କୁ ଗାଁଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଢେଙ୍କାନାଳ ସରାଙ୍ଗ ପଟରୁ ବ୍ରାହ୍ଣଣୀ ନଦୀ ପାର ହୋଇ ଏକ ହାତୀ ପଲ ଖାଦ୍ୟ ଅନେ୍ଵଷଣରେ ସନ୍ଥପଡ଼ା ଆସିଥିଲେ। ତାଳଚେର ବନବିଭାଗ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛି। ବାରମ୍ବାର ହାତୀପଲ ଗାଁକୁ ପଶି ଆସୁଥିବାରୁ ଆତଙ୍କ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.