ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମାଈହାତୀ, ପାଖ ଜଙ୍ଗଲକୁ ଚାଲିଯାଇଥିବା ସୂଚନା

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମାଈହାତୀ । ବନ ବିଭାଗର ଉଦ୍ୟମରେ ହାତୀକୁ କୂଅରୁ ଉଦ୍ଧାର କରାଯାଇଛି । ଚମ୍ପୁଆ ରେଞ୍ଜ ଟୁଣଟୁଣା ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ହାତୀ ପଡିଯାଇଥିଲା ।

ଯୋଡ଼ା (କେନ୍ୟୁଜ): ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମାଈହାତୀ । ବନ ବିଭାଗର ଉଦ୍ୟମରେ ହାତୀକୁ କୂଅରୁ ଉଦ୍ଧାର କରାଯାଇଛି । ଚମ୍ପୁଆ ରେଞ୍ଜ ଟୁଣଟୁଣା ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ହାତୀ ପଡିଯାଇଥିଲା । ହାତୀଟି ଉଦ୍ଧାର ହେବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ । ହାତୀଟି ସମ୍ପୁର୍ଣ୍ଣ ସୁସ୍ଥ ଅଛି ।

ଗତ ରାତିରେ ୨୪ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ୨୪ଟିକିଆ ହାତୀପଲରେ ୯ଟି ଦନ୍ତା, ୬ଟି ମାଇ ହାତୀ ଓ ୯ଟି ଛୁଆହାତୀ ରହିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ନିକଟ ବଗିଚା ଦେଇ ଯାଉଥିଲାବେଳେ ସେମାନଙ୍କ ମଧ୍ୟରୁ ଏକ ମାଈ ହାତୀ ୧୦ ଫୁଟ ଗଭୀର ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.