ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ନିଜ ଘରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ମାଲସାହି ରେ ଘଟିଛି ଏଭଳି ଘଟଣା ।

ଭଞ୍ଜନଗର (କେନ୍ୟୁଜ): ନିଜ ଘରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ମାଲସାହି ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ଗୌଡ । କୌଣସି କାରଣରୁ ନିଜ ଘରେ କାମ କରୁଥିବା ବେଳେ ସେ ବିଦ୍ୟୁତ ଆଘାତ ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.