ଶିମିଳିପାଳରେ ବାଘକୁ ଜଗିବେ ହାତୀ, ୪ ହାତୀକୁ ପ୍ରସ୍ତୁତ କରୁଛି ଶିମିଳିପାଳ କତ୍ତୃପକ୍ଷ

ଏଣିକି ଶିମିଳିପାଳରେ ବାଘକୁ ଜଗିବେ ହାତୀ । ଏଥିପାଇଁ ନିଆଯାଉଛି ସ୍ଵତନ୍ତ୍ର ପଦକ୍ଷେପ । ଚନ୍ଦକାରୁ ଆସିଛି କୁଙ୍କି ହାତୀ ଯୋଶଦା । ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାର ମଧ୍ୟ ଶୀଘ୍ର ଫେରିବେ ଶିମିଳିପାଳ । ୪ ହାତୀ ଏବେ ବନ ବିଭାଗ ସହିତ ନେବେ ଶିମିଳିପାଳ ବାଘ ସୁରକ୍ଷା ଦାଇତ୍ଵ ।

ମୟୁରଭଞ୍ଜ (କେନ୍ୟୁଜ): ଏଣିକି ଶିମିଳିପାଳରେ ବାଘକୁ ଜଗିବେ ହାତୀ । ଏଥିପାଇଁ ନିଆଯାଉଛି ସ୍ଵତନ୍ତ୍ର ପଦକ୍ଷେପ । ଚନ୍ଦକାରୁ ଆସିଛି କୁଙ୍କି ହାତୀ ଯୋଶଦା । ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାର ମଧ୍ୟ ଶୀଘ୍ର ଫେରିବେ ଶିମିଳିପାଳ । ସାତକୋଶିଆ ବାଘ ପ୍ରକଳ୍ପରେ ନିୟୋଜିତ ହୋଇଥିଲେ ଶିମିଳିପାଳର ଏହି ଦସ୍ଵବ କୁଙ୍କି ହାତୀ । ଏଥି ସହିତ ଶିମିଳିପାଳରେ ରହିଛି ଅନ୍ୟ ଏକ କୁଙ୍କି ହାତୀ ଶିବାନୀ । ଏହି ଚାରି ହାତୀ ଏବେ ବନ ବିଭାଗ ସହିତ ନେବେ ଶିମିଳିପାଳ ବାଘ ସୁରକ୍ଷା ଦାଇତ୍ଵ ।

ଆସାମ ରାଜ୍ୟର ଟ୍ରେନର ମାନେ ଆସି ପହଁଚିଛନ୍ତି ଶିମିଳିପାଳରେ । ଏନେଇ ଶିମିଳିପାଳ ଜେନାବିଲ୍ ଠାରେ ସ୍ଵତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ । ଏବେ ରାଜ୍ୟରେ ବଢିଛି ବାଘ ସଂଖ୍ୟା । ବିଶେଷ କରି ଶିମିଳିପାଳରେ ବୃଦ୍ଧି ପାଇଛି ବାଘ ମାନଙ୍କ ସଂଖ୍ୟା । ଏଥିପାଇଁ ବାଘ ସଂଖ୍ୟାକୁ ଅଧିକ ବୃଦ୍ଧି କରିବା ଲକ୍ଷରେ ରାଜ୍ୟ ସରକାର ନେଉଛନ୍ତି ଏହି ସ୍ଵତନ୍ତ୍ର ପଦକ୍ଷେପ । ବାଘ ଉପରେ ସ୍ଵତନ୍ତ୍ର ନଜର ରଖିବେ ଏହି ତାଲିମ ପ୍ରାପ୍ତ ହାତୀ ଓ ମହୁନ୍ତ ।

ଏପରିକି ଯେଉଁ ସବୁ ସ୍ଥାନକୁ ବନ କର୍ମଚାରୀ ଯାଇ ନ ପାରନ୍ତି ସେ ସ୍ଥାନକୁ ହାତୀ ସାହାର୍ଯ୍ୟରେ ଯିବାକୁ ଲକ୍ଷ ରଖିଛି ଶିମିଳିପାଳ କତ୍ତୃପକ୍ଷ । ଏହି କୁଙ୍କି ହାତୀ ମାନଙ୍କ ମଧ୍ୟରେ ଶିବାନୀର ବୟସ ୧୭ ବର୍ଷ ହୋଇଥିବା ବେଳେ ରାଜକୁମାରର ବୟସ ୨୧ ବର୍ଷ ସେହିଭଳି ଚନ୍ଦକାରୁ ଆସିଥିବା ଯୋଶଦାର ବୟସ ୩୦ ହୋଇଥିବା ବେଳେ ଅଭିଜ୍ଞତା ସମ୍ପନ୍ନ ମହେନ୍ଦ୍ରର ବୟସ ୫୦ ରୁ ଉର୍ଦ୍ଧ । ଏହି ଚାରି ହାତୀ ଏବେ ଯୋଡି ହେବେ ଶିମିଳିପାଳ ସୁରକ୍ଷାର ଆଉ ଏକ ଅଧ୍ୟାୟରେ ।

ଏପରିକି ଶିମିଳିପାଳରେ ଆଉ ଏକ ୮ ବର୍ଷିୟା ହାତୀ ବବଲୁକୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ କରାଯାଉଛି । ପୂର୍ବରୁ କର୍ଣ୍ଣାଟକରୁ ତାଲିମ ନେଇ ଶିମିଳିପାଳ ସୁରକ୍ଷା ଦାଇତ୍ଵ ନେଇଥିଲେ ଦୁଇ କୁଙ୍କି ହାତୀ ମହେନ୍ଦ୍ର ଏବଂ ଶୋଭା । ମାତ୍ର ଶୋଭାର ମୃତ୍ୟୁ ପରେ ଏକ ମାତ୍ର ତାଲିମପ୍ରାପ୍ତ ହାତୀ ଭାବେ ରହିଥିଲା ମହେନ୍ଦ୍ର । ମାତ୍ର ଏବେ ୪ ହାତୀକୁ ପ୍ରସ୍ତୁତ କରୁଛି ଶିମିଳିପାଳ କତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.