ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ: ସମତା ଏକ୍ସପ୍ରେସ୍‌ ଚଳନ୍ତା ଟ୍ରେନ୍‌ରୁ ଅଲଗା ହେଲା ଇଞ୍ଜିନ୍‌

ରାୟଗଡା(କେନ୍ୟୁଜ):ବିଶାଖାପାଟନା ରୁ ନିଜାମୁଦ୍ଦିନ ସୁପର ଫାଷ୍ଟ ସମତା ଏକ୍ସପ୍ରେସ୍ ଚଳନ୍ତା ଟ୍ରେନରୁ ଇଞ୍ଜିନ ଅଲଗା । ବଗିକୁ ଛାଡି ଟ୍ରେନ୍ ଇଞ୍ଜିନ ପ୍ରାୟ ତିନି କିଲୋମିଟର ଚାଲିଯାଇଥିଲା। ଏଭଳି ଘଟଣା ଆନ୍ଧ୍ରପ୍ରଦେଶର ବବିଲି ଠାରୁ ପାର୍ବତୀ ପୁରମ ମଝିରେ ଘଟିଥିଲା। ସମତା ନିଜାମୁଦ୍ଦିନ ଏକ୍ସପ୍ରେସ୍ ଟ୍ରେନ୍ ଚଳନ୍ତା ଅବସ୍ଥାରେ ବଗି ଛାଡି ଚାଲିଯାଇଥିବା ଜାଣିବା ପରେ ଟ୍ରେନ୍ ପଛ ବଗିରେ ରହିଥିବା ଗାର୍ଡ ଏମରଜେନ୍ସି ବ୍ରେକ୍ ଦେବା ପରେ ଟ୍ରେନ୍ ଚାଳକଙ୍କୁ ସୂଚନା ଦେଇଥିଲା।  ଏହାପରେ ଇଞ୍ଜିନଟିକୁ ବଗି ନିକଟକୁ ଫେରାଇ ଅଣାଯାଇଥିଲା।

ବଗିକୁ ଛାଡି ଟ୍ରେନ୍ ଇଞ୍ଜିନ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ ଚାଲିଯାଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିବା ପରେ ଯାତ୍ରୀଙ୍କ ମହଲରେ ଭୟରେ ବାତାବରଣ ଖେଳିଯାଇଥିବା ବେଳେ ଏକ ବଡ଼ ଧରଣର ଅଘଟଣରୁ ଯାତ୍ରୀ ମାନେ ବର୍ତୀ ଯାଇଛନ୍ତି। ବର୍ତ୍ତମାନ ଟ୍ରେନଟି ନିଜାମୁଦ୍ଦିନ ଅଭିମୁଖେ ଯାତ୍ରା କରିଥିବା ବେଳେ ପ୍ରାୟ ୧ ଘଣ୍ଟା ପରେ ଯାତାୟାତ ସ୍ବଭାବିକ ହୋଇଥିଲା । କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେ ନେଇ ଛାନବିନ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.