କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ, ଘଟଣାସ୍ଥଳରେ ୧ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ। BDA, BMC, ସ୍ମାର୍ଟ ସିଟି ଓ କମିଶନରେଟ୍‌ ପୋଲିସ ପକ୍ଷପୁ ମିଳିତ ଭାବେ ଉଚ୍ଛେଦ କରାଯାଉଛି। ଦୀର୍ଘ ବର୍ଷ ଧରି ଥିବା ମେଡିସିନ୍‌ ଷ୍ଟୋର ପଛରେ ଥିବା ଗ୍ୟାରେଜ୍‌ ଘରକୁ ଉଚ୍ଛେଦ କରାଯାଇଛି।

ଏହି ସ୍ଥାନରେ ନୂଆ କରି ଟ୍ରମା କେୟାର ସେଣ୍ଟର ନିର୍ମାଣ କରାଯିବ। ହସ୍‌ପିଟାଲ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଗ୍ୟାରେଜ ଘରେ ବର୍ଷ ବର୍ଷ ଧରି ଏହି ମେଡିସିନ୍‌ ଷ୍ଟୋର ଚାଲୁଥିଲା। ଉଚ୍ଛେଦ ସମୟରେ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.