ଯାଜପୁର:ବସରେ ଚାଲଣ ହେଉଥିଲା ଗଞ୍ଜେଇ, ଖବର ପାଇ ଚଢାଉ କରି ୨୨ କେଜି ଗଞ୍ଜେଇ ଜବତ କଲା ଅବକାରି ବିଭାଗ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା କୁଆଖିଆରୁ ବସ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର ବୋଲି ଜଣା ପଡିଛି । ଅବକାରି ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପେଟ୍ରୋଲିଂ ଚାଲୁଥିବା ସମୟରେ ଖବର ପାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗଞ୍ଜେଇ କେଉଁ ଅଞ୍ଚଳରୁ  ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.