ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ମାରି ଦିଆଯାଇଥିବା ଅଭିଯୋଗ କଲେ ଉତ୍ତ୍ୟକ୍ତ ଲୋକେ

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଷ୍ଟାଫ ନର୍ସ ନିବେଦିତା ଜେନାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରି ଶତାଧିକ ଲୋକ ହସ୍ପିଟାଲ ଘେରାଉ କରିଛନ୍ତି । ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ ସିଆଇଏସ୍‌ଏଫ୍‌ ଉପସ୍ଥିତ ଅଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୮ ମାସ ତଳେ ପୋର୍ଟ ହସ୍ପିଟାଲରେ ଜଣେ ନର୍ସଙ୍କୁ ଜଣେ ଡାକ୍ତର ଅସଦାଚରଣ କରିଥିଲେ । ଯାହାକୁ ନେଇ ଏକ କମିଟି ଗଠନ କରାଯାଇ ତଦନ୍ତ ଚାଲିଥିଲା।

ଗତ ୪ଦିନ ତଳେ କମିଟି ଅଭିଯୋଗ ଆଣିଥିବା ନର୍ସ ଓ ତାଙ୍କ ସାଥୀରେ ଥିବା ଏକାଧିକ ନର୍ସଙ୍କୁ ତଦନ୍ତ ପାଇଁ ଡାକି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ନିବେଦିତାଙ୍କ ମୃତ୍ୟୁ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଗିରଫ ସହ ତାଙ୍କୁ ସହଯୋଗ କରୁଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.