ନକଲି ଅବକାରୀ ଅଫିସରଙ୍କୁ କାବୁ କଲେ ଗାଁ ଲୋକେ, ନିସ୍ତୁକ ଛେଚିଲେ

ସୁନ୍ଦରଗଡ (କେନ୍ୟୁଜ୍) :  ସୁନ୍ଦରଗଡ ସଦର ଥାନା କୁଶପଡ଼ାରୁ ଆସିଛି ଏକ ଅଭାବନୀୟ ଘଟଣା । କିଛି ନକଲି ଅବକାରୀ ଅଫିସରଙ୍କୁ କାବୁ କରିଛନ୍ତି ଗାଁ ଲୋକେ । ଧରି ନିସ୍ତୁକ ଛେଚିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ସୁନ୍ଦରଗଡ଼ ସଦର ଥାନା କୁଶପଡ଼ାରୁ ଆସିଲା ଏଭଳି ଦୃଶ୍ୟ । ଗାଁକୁ ଦେଶୀ ମଦ ଜବତ କରିବାକୁ ଯାଇଥିଲେ 10 ନକଲି ଅଫିସର । ଏକ ବୋଲେରୋ ରେ ଲାଠି ଓ ଶାବଳ ଧରି ପହଞ୍ଚିଥିଲେ ଗାଁ ର ଜଣେ ମହିଳାଙ୍କ ଘର ପାଖରେ । ଘରେ ପଶିବା ପାଇଁ ଚେଷ୍ଟା କରୁଥିବା ସମୟରେ ଗାଁ ଲୋକେ ସେମାନଙ୍କୁ ଅଟକାଇ ପରିଚୟ ପଚାରିଥିଲେ ।

ପରେ ସେମାନେ ନକଲି ଅଫିସର ବୋଲି ଜଣାପଡିଥିଲା । ଗାଁ ଲୋକେ ନକଲି ଅଫିସର ଙ୍କୁ ନିସ୍ତୁକ ମାଡ଼ ମାରି ସଦର ଥାନା ପୋଲିସକୁ କଲେ ହସ୍ତାନ୍ତର କରିଥିଲେ । ଗାଁ ପାଖ ମଦ ଭାଟି ରୁ ଅଣ ଓଡିଆ ଗୁଣ୍ଡା ଆସି ନିଜକୁ ଅବକାରୀ ଅଫିସର ବୋଲି କହି ବରାବର କୁଶପଡା ତଥା ଆଖପାଖ ଗାଁ ରେ ଗୁଣ୍ଡାଗରଦି କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ପ୍ରଶାସନକୁ ବାରମ୍ବାର ଏନେଇ ଅଭିଯୋଗ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.