ବାପା-ପୁଅକୁ ହତ୍ୟା ମାମଲା, ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

୨୦୧୩ ମସିହାରେ ଘଟି ଯାଇଥିବା ଡବଲ ମର୍ଡର ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ଗଞ୍ଜାମ : ୨୦୧୩ ମସିହାରେ ଘଟି ଯାଇଥିବା ଡବଲ ମର୍ଡର ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ପାଟପୁର ଥାନା ଅର୍ନ୍ତଗତ ଜଗନ୍ନାଥପୁର ଗାଁ ପୋଖରୀ ନିକଟରେ ବାପା ଓ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ବାପା-ପୁଅ ଗୁଲା ସ୍ବାଇଁ ଓ ତାଙ୍କ ପୁଅ ରାଜୀବ ସ୍ବାଇଁଙ୍କୁ ହତ୍ୟା ନେଇ ଅଭିଯୋଗ ହୋଇଥିଲା । ହତ୍ୟା ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା ପାଟପୁର ଥାନା ପୋଲିସ । ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ରାୟ ଦେଇଛନ୍ତି କୋର୍ଟ । ହତ୍ୟା ଘଟଣାରେ ସମ୍ପୃକ୍ତ ହୋଇଥିବା ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.