କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ। ୨୦୧୧ ମସିହାରେ ତତ୍କାଳୀନ ପୋଲିସ ସଵ ଇନସ୍ପେକ୍ଟର ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ରଙ୍କୁ ଚାପୁଡ଼ା ମାରିବା ଘଟଣାରେ ଚାର୍ଜଫ୍ରେମ କଲେ କଟକ ଜେଏମଏଫସି।

 କଟକ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ। ୨୦୧୧ ମସିହାରେ ତତ୍କାଳୀନ ପୋଲିସ ସଵ ଇନସ୍ପେକ୍ଟର ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ରଙ୍କୁ ଚାପୁଡ଼ା ମାରିବା ଘଟଣାରେ ଚାର୍ଜଫ୍ରେମ କଲେ କଟକ ଜେଏମଏଫସି। କଟକ ଜେଏମଏଫସି କୋର୍ଟରେ ହାଜର ହେବା ପରେ ଭର୍ତ୍ତୃହରିଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି।

ଭର୍ତ୍ତୃହରି ମହତାବଙ୍କ ନାମରେ ଆଇପିସିର ୩୪୧, ୩୩୨, ୨୯୪, ୩୨୩, ୩୫୩, ଓ ୫୦୬ ଦଫାରେ ଚାର୍ଜଫ୍ରେମ କରାଯାଇଛି। ଏପ୍ରିଲ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୦୧୧ ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

ମୁଖ୍ୟ ଫାଟକରେ ସୁରକ୍ଷା ଦାୟିତ୍ୱରେ ଥିବା ତତ୍କାଳୀନ ମେଡ଼ିକାଲ ଫାଣ୍ଡି ଇନଚାର୍ଜ ଅମିତାଭ ମହାପାତ୍ର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭିତରକୁ ଯିବାକୁ ଛାଡି ନ ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସାଂସଦ ତାଙ୍କୁ ଚାପୁଡ଼ା ମାରିଥିବା ସେ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଆଜି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଚାର୍ଜଫ୍ରେମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.