ପୁରୀ : ୩ ଶହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ୩ କୋଟି ୬୦ ଲକ୍ଷ ଟଙ୍କାର ଋଣ ଦେଲେ ବ୍ୟାଙ୍କର୍ସ

ବାତ୍ୟା ଫିନରେ ପ୍ରଭାବିତ ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକର ଆଥିିକ ସ୍ଥିତି ଦୋହଲି ଯାଇଥିଲା । ବିଭିନ୍ନ ଉଦ୍ୟୋଗ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏବେ ସେମାନଙ୍କୁ ସହାୟତାର ହାତ ବଢାଇଛି ଡେଲାଙ୍ଗ ବ୍ଲକ ବ୍ୟାଙ୍କର୍ସ । ବ୍ଲକର ସମସ୍ତ ବ୍ୟାଙ୍କ ଏକତ୍ରିତ ହୋଇ ଲୋକଙ୍କୁ ଋଣ ଦେବାକୁ ଆଗେଇ ଆସିଛନ୍ତି ।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ପରିସରରେ ଋଣ ମେଳା । ଯୋଗ ଦେଇଥିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ । ବାତ୍ୟା ଫନିରେ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା । ସେମାନଙ୍କୁ ହାତ ବଢାଇଛି ଡେଲାଙ୍ଗ ବ୍ଲକ ବ୍ୟାଙ୍କର୍ସ । ବ୍ଲକର ସମସ୍ତ ବ୍ୟାଙ୍କ ଏକତ୍ରିତ ହୋଇ ଲୋକଙ୍କୁ ଋଣ ଦେବାକୁ ଆଗେଇ ଆସିଛନ୍ତି । ୩୦ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସହ ୩ଶହ ହିତାଧିକାରୀଙ୍କୁ ତିନିକୋଟି ୬୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ବାତ୍ୟା ଫନିରେ ଲୋକମାନଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଥିଲା । ବିଭିନ୍ନ ଉଦ୍ୟୋଗ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏବେ ବ୍ୟାଙ୍କର ସହାୟତା ପରେ ଲୋକେ ଖୁସି । ବର୍ତ୍ତମାନ ପରିସ୍ଥିତିରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଦିଗରେ ବ୍ୟାଙ୍କ ଗୁଡ଼ିକର ଏଭଳି ପଦକ୍ଷେପ ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.