Below header

କେଟିଏମ ଲଞ୍ଚ କଲା ନୂଆ ବାଇକ୍, ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଓ ଫିଚର୍ସ

ୟୂରୋପର ମୋଟରସାଇକେଲ କମ୍ପାନୀ କେଟିଏମ ଭାରତୀୟ ବଜାରରେ ନୂଆ ମୋଟରସାଇକେଲ ଆରସି ୧୨୫ ଏବିଏସ ଲଞ୍ଚ କରିବା ପାଇଁ ଘୋଷଣା କରିଛି। ଯାହାର ଦିଲ୍ଲୀରେ ପ୍ରରମ୍ଭିକ ମୂଲ୍ୟ ୧,୪୭,୨୧୩ଟଙ୍କା ରହିଛି।
କମ୍ପାନୀ ତରଫରୁ ଜାରି ହୋଇଥିବା ତଥ୍ୟରେ କୁହାଯାଇଛି ଯେ, ନୂଆ ମୋଟର ସାଇକେଲରେ ସିଙ୍ଗିଲ ସିଲିଣ୍ଡର ୪ ଭଲବ୍ ଡିଓଏଚସି ଲିକ୍ବିଡ୍ ଫ୍ଲୁଏଡ ଇଞ୍ଜେକ୍ସନ ୧୨୪.୭ ସିସିର ଇଞ୍ଜିନ ରହିଛି। ନୂଆ ଆରସି ୧୨୫ ବାଇକିଂକୁ ସୌଖିନ ସୁପରସ୍ପୋର୍ଟସ ମୋଟରସାଇକେଲ ଦୁନିଆରେ ସାମିଲ ହେବା ପାଇଁ ସୁଯୋଗ ଦେଉଛି। କେଟିଏମର ମୋଟୋ ଜିପି ମୋଟରସାଇକେଲ ଓ ସି ୧୬ ଠାରୁ ପ୍ରେରିତ ଏହା ଏକ ପୂର୍ଣ୍ଣ ମାତ୍ରରେ ଫାୟାରଡ ବାଇକ ଅଟେ ଯାହା ରେସ ଟ୍ରାକ ଓ ରୋଡ ଉପରେ ସଠିକ ମାତ୍ରରେ ଚାଲିବାରେ ସକ୍ଷମ ହୋଇଥାଏ।

କମ୍ପାନୀ କହିଛି ଯେ, ଆରସି ୧୨୫ ମଧ୍ୟ ଏକ ରେଡି ଟୁ ରେସ ବାଇକ ଅଟେ। ଏଥିରେ କେଟିଏମର ଷ୍ଟିଲ ଟ୍ରେଲିସ ଫ୍ରେମ,ଡବ୍ଲୁପିର ଅପସାଇଡ ଡାଉନ ସସପେନ୍ସନ ଓ ଏକ ଟ୍ରିପଲ କ୍ଲାମ୍ପ ବାଲା ହ୍ୟାଣ୍ଡେଲବାର ରହିଛି। ଏହି ମୋଟର ସଇକେଲ କମ୍ପାନୀକୁ ଦେଶବ୍ୟାପି ୪୭୦ ସୋରୁମରେ ବୁକିଙ୍ଗ ହୋଇ ସାରିଛି ଓ ଏହାର ଡେଲଭରି ଏହି ମାସ ଶେଷରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.