କୋରାପୁଟ ନିଶାଣିମୁଣ୍ଡାଠାରେ ଚାଷୀ ସମାବେଶ : ଯୋଗ ଦେଲେ ୧୪ଟି ବ୍ଲକର ଚାଷୀ

କୋରାପୁଟ(କୋରାପୁଟ ) : କୋରାପୁଟର ନିଶାଣିମୁଣ୍ଡାଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ସମାବେଶ । ଏହି ସମାବେଶରେ ଜିଲ୍ଲାର ୧୪ଟି ବ୍ଲକରୁ ଚାଷୀମାନେ ଯୋଗ ଦେଇଥିଲେ। ତା ସହ ରାଜ୍ୟ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ।

ରାଜ୍ୟ ସରକାର କୃଷକମାନଙ୍କୁ ତୁରନ୍ତ ଋଣ ଛାଡ଼ କରିବା ସହ ପେନସନ୍,ପ୍ରେଷ୍ଟିଜ୍ , ପ୍ରାଇସ ଦେବାକୁ ସଂଗଠନ ଦାବି କରିଛି। ଦାବି ପୂରଣ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନ କହିଛି। ଆସନ୍ତା ମାସ ଫେବୃୟାରୀ ୬ରେ ଭୁବନେଶ୍ୱରରେ ହେବାକୁ ଥିବା ଚାଷୀ ସମାବେଶରେ କୋରାପୁଟ ଜିଲ୍ଲାର ଚାଷୀମାନେ ଶକ୍ତି ପ୍ରଦର୍ଶନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.