ଭଙ୍ଗା ଯାଉଛି ନିରବ ମୋଦିଙ୍କ ୨୦ ହଜାର ବର୍ଗଫୁଟର ଭବ୍ୟ ଅଟ୍ଟଳିକା

ପଳାୟତ ହୀରା ବୈବସାୟୀ ନିରବ ମୋଦିଙ୍କ ଭବ୍ୟ ଅଟ୍ଟାଳିକାକୁ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ମହାରାଷ୍ଟ୍ରର ରାୟଗଡ଼ା ଜିଲ୍ଲାର ଅଲିବାଗ ପାଖରେ ୨୦ ହଜାର ବର୍ଗଫୁଟ ପର୍ୟ୍ୟନ୍ତ ବ୍ୟପିଥିବା ଭବ୍ୟ ଅଟ୍ଟାଳିକା ଅବୈଧ ଅଟେ। ଏହାକୁ ଭାଙ୍ଗିବା ପାଇଁ ସବ ଡିଭିଜନାଲ ଅଧିକାରୀ ଶରଦ ପାୱାର ସେଠାରେ ପହଞ୍ଚିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଏହାକୁ ଭାଙ୍ଗିବା ପାଇଁ ଖୁବ୍ ଦିନ ସମୟ ଲାଗିପାରେ।
ନିରବ ମୋଦି ୧୩ହଜାର କୋଟି ଟଙ୍କାର ପିଏମବି ଘୋଟଲାର ଅଭିଯୁକ୍ତ ଅଟନ୍ତି। ତେବେ ଏହି ବଙ୍ଗଳାରେ ମୋଦି ତାହାଙ୍କର ସମସ୍ତ ପାର୍ଟି କରୁଥିବା ଜଣାପଡ଼ିଛି। ଏବେ ଜିଳ୍ଲା ମାଜିଷ୍ଟ୍ରେଟ ବିଜୟ ସୂର୍ୟ୍ୟବଶିଂ ଏହି ବଙ୍ଗଳାକୁ ଅବୈଧ ଘୋଷଣା କରିଛନ୍ତି। ଏହାପୂର୍ବରୁ ଏହାକୁ ମାଜିଷ୍ଟ୍ରେଟ ଏସଓ ସୋନେବର୍ଣ୍ଣ ମଧ୍ୟ ଅବୈଧ ଘୋଷଣା କରିଥିଲେ। ତେବେ ଏହାକୁ ଭଙ୍ଗା ଯିବା ପୂର୍ବରୁ କଲେକ୍ଟର ବଙ୍ଗଳାରୁ ଅନେକ ମୂଲ୍ୟବାନ ଜିନିଷ ବାହାର କରି କଲେକ୍ଟର ଅଫିସକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ବଙ୍ଗଳାର ନିମ୍ନମାନର ନିର୍ମାଣଧିନ କାର୍ୟ୍ୟ ହୋଇଛି। ଏଣୁ ହାଇକୋର୍ଟର ଆଦେଶ ଅନୁଯାୟୀ ପର୍ୟ୍ୟବରଣ ଆଇନକୁ ଉଲଙ୍ଘନ କରୁଥିବା ସମସ୍ତ ବଙ୍ଗଳାକୁ ଭାଙ୍ଗିବାର ପ୍ରସ୍ତାବ ଦେଇଛନ୍ତି। ନିରବଙ୍କ ବଙ୍ଗାଳକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଲିଖିତ ଆଦେଶ ଜାରି କରାଯାଇଛି। ତେବେ ଅଲିବାଗରେ ଆହୁରୀ ୧୨୧ଟି ଅବୈଧ ବଙ୍ଗଳା ମଧ୍ୟରେ ଏହି ତାଲିକାରେ ସାମିଲ ରହିଛି।