କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ନିଦ ହଜାଇଛି ଚକଡା ପୋକ, ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ

କେନ୍ଦୁଝର ଜିଲ୍ଲାରେ ଚାଷୀ କୂଳଙ୍କ ନିଦ ହଜାଇ ଦେଲାଣି ଚକଡା ପୋକ । ଶହ ଶହ ହେକ୍ଟର ଧାନ ଫସଲରେ ଭୟଙ୍କର ଭାବରେ ମାଡି ଗଲେଣି । ଅମଳ ପୂର୍ବରୁ ଚକଡ଼ା ପୋକ ଲାଗିଯିବାରୁ ଏବେ ଧାନ ବଦଳ ରେ ଚାଷିକୁ କେବଳ କୁଟା ହିଁ ମିଳିବ ।

କେନ୍ଦୁଝର ଜିଲ୍ଲାରେ ଚାଷୀ କୂଳଙ୍କ ନିଦ ହଜାଇ ଦେଲାଣି ଚକଡା ପୋକ । ଶହ ଶହ ହେକ୍ଟର ଧାନ ଫସଲରେ ଭୟଙ୍କର ଭାବରେ ମାଡି ଗଲେଣି । ଅମଳ ପୂର୍ବରୁ ଚକଡ଼ା ପୋକ ଲାଗିଯିବାରୁ ଏବେ ଧାନ ବଦଳ ରେ ଚାଷିକୁ କେବଳ କୁଟା ହିଁ ମିଳିବ । ଫଳରେ ହତାଶ ହୋଇ ପଡିବା ସହ କିପରି ପରିବାର ମୁହଁରେ ଆହାର ଦେବେ ସେ ଚିନ୍ତାରେ ଚାଷୀକୂଳ ।

କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ଚିନ୍ତା ବଢ଼ାଉଛି ଚକଡ଼ା ପୋକ । ପ୍ରାୟ ୧୧ଟି ବ୍ଲକର ୨୦୮ ହେକ୍ଟର ଧାନ ଚାଷରେ ପୋକ ବା ମାଟିଆଗୁଣ୍ଡି ପୋକ ମାଡ଼ି ଯିବାରୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାରେ ୧ ଲକ୍ଷ ୫୬ ହଜାର ହେକ୍ଟରରୁ ଅଧିକା ଜମିରେ ଧାନ ଚାଷ କରାଯାଇଛି ।

ଭଲ ବର୍ଷା ହୋଇଥିବାରୁ ଭଲ ଅମଳ ହେବ ବୋଲି ଅଶା ରଖିଥିଲେ ଚାଷୀ । ଆଉ କିଛି ଦିନର ପରିଶ୍ରମ ପରେ ଚାଷୀ ତାଙ୍କର ପରିଶ୍ରମର ଫଳ ପାଇଥାନ୍ତେ । ଏବେ କିନ୍ତୁ ପ୍ରାୟ ୨୦୦ ହେକ୍ଟର ଜମିରେ ଚକଡ଼ା ପୋକ ଲାରିବା ଜାଣିବାକୁ ପାଇଛି କୃଷି ବିଭାଗ । ଯାହାର ନିରାକରଣ ପାଇଁ କୃଷି ବିଭାଗ ପକ୍ଷେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଚକଡ଼ା ପୋକ ପ୍ରଭାବରୁ ଧାନ କେଣ୍ଡା କଳା ପଡ଼ିଯାଉଛି । ଅମଳ ସମୟ ପୂର୍ବରୁ ପାଚିଲା ଭଳି ଦେଖାଯାଉଛି। ସୂଚନା ଅନୁସାରେ ଜିଲ୍ଲାର ପ୍ରାୟ ୧୩ଟି ବ୍ଲକ ମଧ୍ୟରୁ ୧୧ଟି ବ୍ଲକର ୨୦୮ ହେକ୍ଟର ଧାନ କ୍ଷେତରେ ଏହି ମାଟିଆ ଗୁଣ୍ଡି ଚକଡା ପୋକ ପସଲ କ୍ଷତି କରିଥିବା ଜଣାପଡ଼ିଛି । ତେବେ ଚାଷୀଙ୍କୁ ଚକଡା ପୋକ ସମ୍ପର୍କରେ ସଚେତନ କରାଯାଉଛି । ଆଉ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.