ଚକଡା ପୋକ ଯୋଗୁ ବ୍ୟାପକ ଫସଲ ନଷ୍ଟ, କରଜ କିପରି ସୁଝିବେ ବଢ଼ିଲା ଚିନ୍ତା

ଖରା,ବର୍ଷା ଓ ଶୀତ କୁ ଖାତିର ନକରି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ କ୍ଷେତରେ ଫସଲ ଉତ୍ପାଦନ କରିଥାଏ । ହେଲେ ଚଳିତ ବର୍ଷ ଚକଡା ପୋକ କେନ୍ଦୁଝର ଜିଲ୍ଲାରଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଏହି ପୋକ ଏବେ ଏକର ଏକର ଫସଲ ନଷ୍ଟ କରିସାରିଥିବା ଦେଖିବାକୁ ମିଳିଛି ।

କେତେ ବେଳେ ବର୍ଷା ଅଭାବ ତ କେତେ ବେଳେ ବନ୍ୟା ,ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଫସଲ କ୍ଷତି ଯୋଗୁ ଚାଷୀର ମୁଣ୍ଡରେ ଚଡକ ପଡିଥାଏ । ଖରା,ବର୍ଷା ଓ ଶୀତ କୁ ଖାତିର ନକରି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ କ୍ଷେତରେ ଫସଲ ଉତ୍ପାଦନ କରିଥାଏ । ହେଲେ ଚଳିତ ବର୍ଷ ଚକଡା ପୋକ କେନ୍ଦୁଝର ଜିଲ୍ଲାରଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଏହି ପୋକ ଏବେ ଏକର ଏକର ଫସଲ ନଷ୍ଟ କରିସାରିଥିବା ଦେଖିବାକୁ ମିଳିଛି ।

ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ଭଲ ବୃଷ୍ଟିପାତ ହୋଇଥିବା ବେଳେ ଭଲ ଚାଷ ମଧ୍ୟ ହୋଇଛି । କିନ୍ତୁ ଚଳିତ ବର୍ଷ ଚକଡା ପୋକ ବ୍ୟପକ ଫସଲ ନଷ୍ଟ କରିବା ପରେ ଏବେ ଚାଷୀ ହତାସ ହୋଇପଡିଛି । ଯାହାକି ଦେଖିବାକୁ ମିଳିଛି ଘଟଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଧାର କରଜ କରି ଚାଷକରିଥିବା ଗ୍ରାମର ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଗ୍ରାମର ବହୁ ଚାଷୀଙ୍କ ଧାନ କିଆରିରେ ଚକଡା ପୋକ ରହି ବ୍ୟାପକ ଧାନ ଗଛ ନଷ୍ଟ କରିବାରେ ଲାଗିଛନ୍ତି । ଫଳରେ ଧାନ ଗଛ ଗୁଡିକ ପଚି ନଷ୍ଟ ହୋଇଯାଇଛି । ବର୍ଷ ଯାକ କଷ୍ଟ କରି ବର୍ତମାନ ଧାନ ଅମଳ କରିବା ସମୟରେ ଏଭଳି ପରିସ୍ଥିତି ଯୋଗୁ ଚାଷୀ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଯେତେ ଔଷଧ ଛିଞ୍ଚନ କଲେବି ଚକଡା ପୋକକୁ ରୋକିବା ସମ୍ଭବପର ହେଉନଥିବା ଚାଷୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.