ରାୟଗଡା: ବିଷମକଟକ ଠଙ୍ଗପଡା ଗାଁରେ ଅଭାବନୀୟ ଘଟଣା, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ

ରାୟଗଡା : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଠଙ୍ଗପଡା ଗାଁରେ । ଘଟଣାସ୍ଥଳରେ ହିଁ ଶ୍ଵଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା ମାଣ୍ଡିକା ପାଣି ହାଣ୍ଡି ଧରି ଘରକୁ ପ୍ରବେଶ କରୁଥିବା ବେଳେ ଘରର ବାରିପଟେ ବିଦ୍ୟୁତ୍‌ ତାର ଛିଣ୍ଡି ଗ୍ରୀଲ୍‌କୁ ଲାଗିଥିଲା । ତେବେ ଗ୍ରୀଲ୍‌କୁ ଧରିବା ସମୟରେ ସୁମିତ୍ରା ତଳେ ପଡିଯାଇଥିଲା ।

ଶ୍ଵଶୁର ବୋହୂକୁ ଉଦ୍ଧାର କରିବାକୁ ଯାଇ,ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ତେବେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ‌ ଯୋଗେ ବିଷମକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ସୁମିତ୍ରା ମାଣ୍ଡାଙ୍ଗି ଗର୍ଭବତୀ ଥିବା ଜଣାପଡିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.