ଶ୍ୱଶୁର ପାଲଟିଲା ଅସୁର, ଗାଁ ଦାଣ୍ଡରେ ବୋହୂର ଚୁଟି ଘୋଷାରି ମାରିଲା ମାଡ଼

ଯାଜପୁର ରୋଡ଼ (କେ ନ୍ୟୁଜ୍‌) : ବର୍ବରତାର ସୀମା ଟପିଲା ପାରିବାରିକ କଳହ। ଗାଁ ଦାଣ୍ଡରେ ବୋହୂକୁ ନିସ୍ତୁକ ମାଡ଼ ମାରିଲା ଶ୍ୱଶୁର। ଗାଁ ରାସ୍ତା ଉପରେ ମାଟି କାଦୁଅରେ ବୋହୂର ଚୁଟିକୁ ଧରି ଘୋଷାରି ଘୋଷାରି ନେଇଗଲା । ସେପଟେ ବିକଳରେ ଛାଡ଼ି ଦେବାକୁ ଗୁହାରି କରୁଥିଲା ବୋହୂ। କିନ୍ତୁ ନିର୍ଦ୍ଦୟ ଶ୍ୱଶୂର ଶୁଣିବାକୁ ନାରାଜ। ବାରମ୍ବାର ବୋହୂର ଚୁଟିକୁ ଧରି ଘୋଷାରି ମାଡ଼ ମାରିଛିି। ସେହିପରି ଶାଶୂ ବି ପଛରେ ନାହିଁ । ଠେଙ୍ଗାରେ ବୋହୂକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ୱର ଗାଁରେ। ମାଡ଼ ମାରୁଥିବା ବ୍ୟକ୍ତି ହେଉଛନ୍ତି ନବୀନ ବେହେରା ଓ ତାଙ୍କ ପତ୍ନୀ ଶାନ୍ତି ବେହେରା। ପୂର୍ବରୁ ବୋହୂ ମୀନତି ବେହେରାଙ୍କ ସହ ଶାଶୂ ଶାନ୍ତିଙ୍କର ଝଗଡ଼ା ଲାଗିଥିଲା । ମାମଲା ଥାନା ପର୍ଯ୍ୟନ୍ତ ବି ଯାଇଥିଲା । ଏବେ ଗାଁ ଦାଣ୍ଡରେ ବୋହୂକୁ ଏଭଳି ଅକଥନୀୟ ନିର୍ଯାତନା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.