ନୟାଗଡ: ନାବାଳିକାକୁ ଅପହରଣ କରି ଭିକ୍ଷାବୃତ୍ତିରେ ଲଗାଉଥିଲା ଅଭିଯୁକ୍ତ, ଉଦ୍ଧାର କରିଥିବାରୁ ଗ୍ରାମବାସୀ ଦେଲେ ପୋଲିସକୁ ସମ୍ବର୍ଦ୍ଧନା

ଟାଙ୍ଗି: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଚାନ୍ଦପୁରର ନାବାଳିକା ଝିଅ ମିତାଲି ଚୌଧୁରୀ ନିଖୋଜ ଘଟଣାରେ ପୋଲିସକୁ ମିଳିଛି ସଫଳତା। ଦୀର୍ଘ ୧୨ ଦିନ ପରେ ପୋଲିସ ଅଭିଯୁକ୍ତକୁ ଧରିବାରୁ ଗ୍ରାମବାସୀ କଲେ ପୋଲିସକୁ ସମ୍ବର୍ଦ୍ଧନା।

chandpur 1ସୂଚନା ମୁତାବକ ଚାନ୍ଦପୁର ଗୋପବନ୍ଧୁନଗର ରାଜେଶ କୁମାର ଚୌଧୁରୀଙ୍କ ୮ ବର୍ଷର ଝିଅ ମିତାଲି ଚୌଧୁରୀ ସ୍କୁଲରୁ ପେରୁଥିବା ସମୟରେ ଏକ ଦୁର୍ବତ୍ତ ତାକୁ ଅପହରଣ କରିନେଇଥିଲା। ଏ ସମ୍ପର୍କରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ନିଖୋଜର ୨୪ ଘଣ୍ଟା ବିତିଯିବା ପରେ ଝିଅ ଘରକୁ ନଫେରିବାରୁ ନାବାଳିକାର ବାପା ମା ଥନା ସମ୍ମୁଖରେ ଧାରଣା ଦେଇଥିଲେ। ପରେ ପୋଲିସ ତରଫରୁ ପ୍ରତିଶ୍ତି ପାଇ ବାପା ମା ଧାରଣାରୁ ଓହରିଥିଲେ।  ଏହା ପରେ ଚାନ୍ଦପୁର ପୋଲିସର ଦୁଇଟି ଟିମ ଗଠନ ହୋଇ ତଦନ୍ତକୁ ଜୋରଦାର କରାଗଲା। ଏହି ଘଟଣାଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା ।    ଗତ କାଲି ଅର୍ଥାତ ୧୯ ତାରିଖ ଦିନ ଚାନ୍ଦପୁର ପୋଲିସ ଅପହରଣ କରିଥିବା ଅଭିଯୁକ୍ତ ଶଙ୍କର ଭୋଇକୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ନିକଟରୁ ଗିରଫ କରିବାରେ ସଫଳ ହୋଇଥିଲା।

 

ଏସଡିପିଓଙ୍କ ସୂଚନା ମୁତାବକ ଅପହରଣକାରୀ ଶଙ୍କର ଭୋଇ ମିତାଲିକୁ ଭିକ୍ଷାବୃତ୍ତିରେ ଲଗାଇବା ପାଇଁ ଅପହରଣ କରିଥିଲା। ତାକୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ନିକଟରେ ଭିକ୍ଷାବୃତ୍ତିରେ ଲଗାଇଥିବାର ସନ୍ଧାନ ମିଳିବା ପରେ ପୋଲିସ ତାକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଛି। ଏହା ସହିତ ଅଭିଯୁକ୍ତର କୋଣସି ଗ୍ୟାଙ୍ଗ ସହିତ ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ କରୁଛି।

ପୋଲିସର ଏହି ତତ୍ପରତା ଓ କାର୍ଯ୍ୟଦକ୍ଷତା ପାଇଁ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ସାହୁ ଓ ଅଞ୍ଚଳବାସୀଙ୍କ ତରଫରୁ ଆଇଆଇସିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.