କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ: ମଙ୍ଗଳବାଗ ଥାନାରେ ଏତଲା ଦେଲେ ଟିମ କୋଚ୍‌

କଟକ (କେନ୍ୟୁଜ): କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ ଅଭିଯୋଗ । ମଙ୍ଗଳବାଗ ଥାନାରେ ମିସିଙ୍ଗ ରିପୋର୍ଟ କଲେ ଟିମର କୋଚ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ଘଟଣାକୁ ନେଇ ତନାଘନା ଚଳାଇଛି ମଙ୍ଗଳାବାଗ ଥାନା ପୋଲିସ ।

ଏବେ ରାଜଶ୍ରୀଙ୍କ ମୋବାଇ ଫୋନ୍‌ ସୁଇଚ ଅଫ୍‌ ଅଛି । ପୁଡୁଚେରୀରେ ଖେଳାଯିବାକୁ ଥିବା ସିନିଅର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ରାଜଶ୍ରୀ । ବଜ୍ରକବାଟି ସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳି । ଟାଙ୍ଗୀ ସ୍ଥିତ ଏକ ଘରୋଇ କଲେଜରେ ଚାଲିଥିଲା ଅଭ୍ୟାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.