କଣିହାଁ ଅଞ୍ଚଳରୁ ଜଣେ ଚାରିଶହ ବିଶ୍‌ ମହିଳାକୁ ଗିରଫ କଲା ଛେଣ୍ଡିପଦା ପୋଲିସ୍

ଅନୁଗୁଳ: କଣିହାଁ ଅଞ୍ଚଳର ଜଣେ ଚାର୍‌ ସୋ ବିଶ୍‌ ମହିଳା ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ତାକୁ ଗିରଫ କରିଛି। ଗିରଫ ମହିଳା ହେଲେ ନିବେଦିତା ପ୍ରଧାନ। ଚାଙ୍ଗୁଡିଆ ଗାଁର ଲିଲି ସାହୁ ନାମଙ୍କ ଜଣେ ମହିଳାଙ୍କ ସ୍ୱାମୀ ମରିଯାଇଛନ୍ତି। ଲିଲି ତାଙ୍କ ଦେଢଶୂରଙ୍କ ଝିଅ ନିବେଦିତାଙ୍କୁ ଆଣି ପାଖରେ ରଖିଥିଲେ । ଲିଲିଙ୍କ ପାସବୁକ,ଏଟିଏମ୍‌ କାର୍ଡକୁ ନିବେଦିତା ହାତେଇ ନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ନିବେଦିତା ଲିଲିଙ୍କ ସୁନାଗହଣାକୁ ଚୋରି କରି ନେଇଥିଲେ। ଫଳରେ ଲିଲି କଣିହାଁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୋଲିସ ସହାୟତାରେ ଲିଲି ତାଙ୍କ ସୁନାଗହଣା ଫେରି ପାଇଥିଲେ। ନିବେଦିତାଙ୍କ ପ୍ରତି ଲିଲିଙ୍କର ସନ୍ଦେହ ବଢିଥିଲା। ଲିଲି ତାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଦେଖି ସେ ତାଙ୍କ ଝିଆରୀ ନିବେଦିତା ଏବଂ ନିବେଦିତାଙ୍କ ସ୍ୱାମୀଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ଫେରସ୍ତ କରିଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଟଙ୍କା ନଦେବାରୁ ଲିଲି ଅଦାଲତର ଆଶ୍ରୟ ନେଇଥିଲେ । ଛେଣ୍ଡିପଦା ପୋଲିସ ଏକ ମାମଲା ରୁଜ୍ଜୁ କରିଛି। ୧୦ଲକ୍ଷ ଟଙ୍କା ଲିଲି ସାହୁଙ୍କୁ ଫେରସ୍ତ ଦିଆଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ପୋଲିସ ଏହି ତଦନ୍ତ ଆଧାରରେ ଚାର୍‌ ସୋ ବିଶ୍‌ ଝିଆରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.