ଜମିବାଡିକୁ କେନ୍ଦ୍ର କରି ଦୁଇ ଭାଇଙ୍କ ଭିତରେ ମାରପିଟ୍: ଜଣେ ମୃତ, ୩ଆହତ

ଚାନ୍ଦବାଲି: ଜମିବାଡିକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ବାଂଶଡା ଥାନା କରଣପଲ୍ଲୀ ଗାଁରେ ୨ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ଉଭୟ ତରଫରୁ ବାଂଶଡା ଥାନାରେ ୨ଗୋଟି ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ କରଣପଲ୍ଲୀ ଗାଁର ମଂଟୁ ମାଇତି ଓ ରାଧାଶ୍ଯାମ ମାଇତି ୨ ଭାଇଙ୍କ ଭିତରେ ଜମିରେ ପାଣି ମଡାଇବାକୁ ନେଇ ପ୍ରଥମେ ବଚସା ହୋଇଥିଲା । ଏହାପରେ ଏହି ବଚସା ଉଗ୍ର ରୂପ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ମାରପିଟରେ ଉଭୟ ତରଫରୁ ୩ଜଣ ଆହତ ହୋଇଥିବା ବେଳେ ରାଧାଶ୍ଯାମ ମାଇତିଙ୍କ ମୁଣ୍ଡରେ ଶକ୍ତ ପାହାର ବସିବାରୁ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ତେଣୁ ରାଧାଶ୍ୟାମଙ୍କୁ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟ ପକ୍ଷରୁ ବାଂଶଡା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.