ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କୋଭିଡ୍‌- ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ମାସର ଦରମା ପ୍ରଦାନ କରିଥିଲେ। ଏହାସହ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଦରମା ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ବହୁ ବିଧାୟକ ଓ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିଙ୍କୁ ୩ ମାସର ଦରମା ପ୍ରଦାନ କରିଛନ୍ତି।

ସେହିଭଳି କୋଭିଡ୍‌- ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଏ ନେଇ ସେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଅଦୃଶ୍ୟ ଶତ୍ରୁ ସହ ମୁକାବିଲା ପାଇଁ ଆମେ ସମସ୍ତେ ମିଳିତ ଭାବେ ଓହ୍ଲାଇଛନ୍ତି। ଏହି ଅର୍ଥ ଲକ୍‌ ଡାଉନ୍‌ ସମୟରେ ପ୍ରଭାବିତ ଗରିବଙ୍କ ସହାୟତାରେ ଲାଗିବ ବୋଲି କହିଛନ୍ତି ପିସିସି ସଭାପତି। ଦିନ ମଜୁରିଆ ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.