ଜନତାଙ୍କୁ ସଚେତନ କରାଇଲେ ସଚିନ, କହିଲେ ଲକଡାଉନ ଛୁଟିଦିନ ନୁହେଁ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ କାରଣରୁ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦିନ କରୋନା ସଂକ୍ରମିତ ଲୋକମାନଙ୍କର ସଂଖ୍ୟା ବୃଦ୍ଧି ଦେଖିବା ପରେ ସମଗ୍ର ବିଶ୍ୱରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ଏହି କରୋନା ଭୂତାଣୁ ଭଳି ମହାମାରୀ ରୋଗକୁ ସରକାର ବୁଝିବା ପରେ ମଧ୍ୟ ଲୋକମାନେ ଏହାକୁ ଗମ୍ଭୀରତାର ସହ ବୁଝିପାରୁନାହାନ୍ତି। ଯାହା ଭାରତୀୟ ଦିଗଜ୍ଜ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହା ଅତ୍ୟନ୍ତ ଖରାପ ଲାଗିଛି। ଏହିକାରଣରୁ ସଚିନ ଏକ ଭିଡ଼ିଓ ସେୟାର କରି ଲୋକଙ୍କୁ ସଚେତନ କରିବା ସହ କହିଛନ୍ତି ଲକଡାଉନ କୌଣସି ଛୁଟିଦିନ ନୁହେଁ, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।

ରିପୋର୍ଟ ଅନୁଯାୟୀ ଭାରତ ସରକାର ବାରମ୍ବାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବା ପରେ ପୁରା ୩ ସପ୍ତାହ ଲକଡାଉନ ଘୋଷଣା କରିଛନ୍ତି। ଏସବୁ ପରେ ମଧ୍ୟ ଅନେକ ସହରରେ ଲୋକମାନେ ବାହାରେ ବୁଲୁଥିବାର ନଜର ଆସିଛନ୍ତି। ଏହିକାରଣରୁ ସଚିନ ଏକ ଭିଡ଼ିଓ ଜରିଆରେ ନିଜର କଥା ଲୋକମାନଙ୍କ ପାଖରେ ସେୟାର କରିବା ସହ ଆବଶ୍ୟକ ନଥିଲେ ଘରୁ ବିଲକୁଲ ବି ନବାହାରିବା ପାଇଁ କହିଛନ୍ତି।

ସଚିନ ଏହି ଭିଡ଼ିଓରେ କହିଛନ୍ତି, “ସରକାର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ଆମମାନଙ୍କୁ ଅନୁରୋଧ କରିଛନ୍ତି ଘରେ ରୁହନ୍ତୁ ଏବଂ ଯେତେବେଳେ କିଛି ଆବଶ୍ୟକତା ନପଡିଛି ସେପର୍ଯ୍ୟନ୍ତ ବାହାରକୁ ବାହାରନ୍ତୁ ନାହିଁ କିନ୍ତୁ ଏହାପରେ ମଧ୍ୟ ଲୋକମାନେ ସତର୍କ ହେଉନାହାଁନ୍ତି। ମୁଁ କିଛି ଭିଡ଼ିଓରେ ଦେଖିଛି ଲୋକମାନେ ଘର ବାହାରେ କ୍ରିକେଟ ଖେଳୁଛନ୍ତି। ସେମାନେ ଭାବୁଛନ୍ତି ଆମେ ବାହାରକୁ ଯିବୁ, ସାଙ୍ଗ ସାଥୀଙ୍କ ସହ ମିଶିବୁ ଏବଂ ଖେଳିବୁ। କିନ୍ତୁ ବର୍ତ୍ତମାନ ଏହା ଦେଶ ପାଇଁ ବହୁତ ହାନିକାରକ। ମନେରଖନ୍ତୁ ବର୍ତ୍ତମାନ ଏହା ଛୁଟିଦିନ ନୁହେଁ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.