କଟକ ଭରତିଆ ଟାୱାରର ୬ ମହଲାରେ ଅଗ୍ନିକାଣ୍ଡ: ଅଗ୍ନିଶମ ବିଭାଗର ୩ଟି ଗାଡି ନିଆଁକୁ ଆୟତ୍ତ କଲେ

କଟକ(କେନ୍ୟୁଜ୍):କଟକ ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ୭ ମହଲା ବିଶିଷ୍ଟ ଭରତିଆ ଟାୱାରର ୬ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଖାଲି ଥିବାରୁ ମହଲାରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବିଭାଗର ୩ଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ଭରତିଆ ଟାୱାରର ୬ ମହଲାରେ ଗୋଟିଏ ପରିବାର ରହୁଥିଲେ । ଏହି ପରିବାର ୨୦ ବର୍ଷ ହେଲା ସେଠାରେ ରହି ଆସୁଥିଲେ । ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା ବୋଲି ପରିବାର ଲୋକ କହିଛନ୍ତି । ତାଙ୍କର ଆସବାବ ପତ୍ର ଜଳି ଯାଇଛି । ବାହାଘର ପାଇଁ ପରିବାର ଲୋକ ଆଲମାରୀରେ ଟଙ୍କା ଓ ସୁନା ରଖିଥିଲେ । ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ପରିବାର ଲୋକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.