Below header

ଯାଜପୁର ସିଂହପୁର ଗାଁରେ ସଟସର୍କିଟରୁ ଅଗ୍ନିକାଣ୍ଡ, ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗାଁରେ ଅଗ୍ନିକାଣ୍ଡ । ଗାଁର ପ୍ରମୋଦ ବେହେରାଙ୍କ ଘରେ ଇଲେକ୍ଟ୍ରି ସଟସର୍କିଟରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଫଳରେ ଘରର ଆସବାବପତ୍ର ସହ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଥିବା ପରିବାର ଲୋକେ କହିଛନ୍ତି ।

ପ୍ରଥମେ ଗ୍ରାମବାସୀ ମାନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା l ପ୍ରମୋଦ ଜଣେ ଦିନ ମଜୁରିଆ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.