Below header

ଜଳିଗଲା ବାଣ ଦୋକାନ, ଅଳ୍ପକେ ବର୍ତ୍ତିଗଲେ ୪ ବ୍ୟକ୍ତି

ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଘଟଣ। ଲକ୍ଷାଧିକ ଟଙ୍କାର ବାଣ ପୋଡି ପାଉଁଶ ହୋଇଯାଇଛି।

ପାରାଦୀପ (କେନ୍ୟୁଜ): ଜଳିଗଲା ବାଣ ଦୋକାନ। ଅଳ୍ପକେ ବର୍ତ୍ତିଗଲେ ଦୋକାନରେ ଶୋଇଥିବା ୪ ଜଣ ବ୍ୟକ୍ତି। ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଘଟଣ। ଲକ୍ଷାଧିକ ଟଙ୍କାର ବାଣ ପୋଡି ପାଉଁଶ ହୋଇଯାଇଛି।

ଆଜି ଭୋର ପ୍ରାୟ ୫ଟାବେଳେ ବାଣ ଷ୍ଟଲରେ ନିଆଁ ଲାଗିଯିବାରୁ ବାଣ ସବୁ ଫୁଟି ଛିଟିକି ହୋଇ ପଡିଥିଲା। ତେବେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ । ତେବେ କିପରି ଦୋକାନରେ ନିଆଁ ଲାଗିଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.