Below header

ବାଲେଶ୍ୱରରେ ପୁଣି ଫୁଟିଲା ଗୁଳି : ଜଣେ ବ୍ୟବସାୟୀ ମୃତ

ବାଲେଶ୍ୱର (କେନ୍ଯୁଜ୍) : ପୁଣି ଫୁଟିଲା ଗୁଳି। ଗୁଳିମାଡରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଫିରିଙ୍ଗିପାଟଣାର ମାନସ ରଂଜନ ଦାସ। ସେ ଜଣେ ଟ୍ରକ ବ୍ୟବସାୟୀ। ଗତକାଲି ରାତିରେ ମାନସ ଘର ଗେଟ୍ ଖୋଲି ଭିତରକୁ ପଶୁଥିବାବେଳେ କେହି ଦୁର୍ବୃତ୍ତ ହତାଠ୍ ଆସି ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମାନସଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର SP ଓ ଟାଉନ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ପୂର୍ବ ଶତୃତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.