Below header

ଚଳଚଞ୍ଚଳ କନ୍ଧମାଳ ଜଲେଶପଟା ଓ ଚକାପାଦ ଆଶ୍ରମ : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ

କନ୍ଧମାଳ (କେନ୍ୟୁଜ୍) : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ । ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା ଜଲେଶପଟା ଓ ଚକାପାଦ ଆଶ୍ରମ । ସ୍ୱାମୀଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ଆଜି ଆଶ୍ରମ ପରିସରରେ ଶାନ୍ତି ଶୋଭାଯାତ୍ରା, ହୋମ ଯଜ୍ଞ, ସତ୍ସଙ୍ଗ, ପ୍ରସାଦ ସେବନ ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ବାର୍ଷିକୀକୁ ବଳିଦାନ ଦିବସ ଭାବେ ପାଳନ କରିବ ବିଶ୍ୱହିନ୍ଦୁ ପରିଷଦ ଓ ଶ୍ରଦ୍ଧାଞ୍ଜଳି କମିଟି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି । ଗାଡ଼ିମୋଟରକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି ପୋଲିସ । ୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ୨୦୦୮ ମସିହା ଜନ୍ମାଷ୍ଟମୀ ରାତିରେ ଜଲେଶପଟା ଆଶ୍ରମରେ ପଶି ଦୁର୍ବୃତ୍ତମାନେ ଲକ୍ଷ୍ମଣାନନ୍ଦ ଓ ତାଙ୍କର ୪ ଜଣ ଅନୁଗାମୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ କନ୍ଧମାଳ ଜିଲ୍ଲାରେ ହିଂସା ଦଙ୍ଗାର ରୂପ ନେଇଥିଲେ । ଯେଉଁଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.