ଆଜି ପବିତ୍ର ଜନ୍ମାଷ୍ଟମୀ : ଭଗବାନ କୃଷ୍ଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ

ଭୁବନେଶ୍ୱର (କେନ୍ୟୁଜ୍) : ଆଜି ପବିତ୍ର ଜନ୍ମାଷ୍ଟମୀ । ଚାରିଆଡେ କୃଷ୍ଣମୟ ପରିବେଶ । ସାରା ରାଜ୍ୟ ଉତ୍ସବ ମୁଖର । ଚଳଚଞ୍ଚଳ ବିଭିନ୍ନ ମନ୍ଦିର । ଭଗବାନ କୃଷ୍ଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଭକ୍ତ ସାନିଧ୍ୟ ହାସଲ କରୁଛନ୍ତି । ଭୁବନେଶ୍ୱରର ଇସ୍କନ ମନ୍ଦିର, ରାମମନ୍ଦିରରେ ବେଶ ରୀତିନୀତିରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । ସାଜସଜ୍ଜାରେ ଝଲସୁଛି ମନ୍ଦିର ପରିସର । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରର ବ୍ୟପକ ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟରାତ୍ରରେ ଶ୍ରୀକୃର୍ଷ୍ଣଙ୍କ ଜନ୍ମନୀତି ରହିଛି । ସେପଟେ ଜନ୍ମାଷ୍ଟମୀ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିରେ ପୂଜାର୍ଚ୍ଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.