ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ, ଛାତିକୁ କରିଛି ଗୁଳି ମାଡ

ୟା ଅବସ୍ଥା ଏପରି ଦେଖି ଆପଣଙ୍କୁ ୟା ଉପରେ ଦୟା ଲାଗୁଥାଇପାରେ । ହେଲେ ଇଏ ଯେଉଁ କାମ କରିଛି ତାକୁ ଜାଣିଲେ ଆପଣଙ୍କୁ ବି ତାକୁ ମାରିବାକୁ ଇଚ୍ଛା ହେବ ।

କଣ୍ଟାମାଳ (କେନ୍ୟୁଜ) : ଲୋକଙ୍କ ହାବୁଡରେ ପଡିଛି ଗୁଳି ଫୁଟା ଅଭିଯୁକ୍ତ । ଏ ଯେଉଁ ଯୁବକଟିକୁ ଆପଣ ଦେଖୁଛନ୍ତି ଏ କେଉଁ ସରଳ ବ୍ୟକ୍ତି ନୁହେଁ ଆଜ୍ଞା । ୟା ଅବସ୍ଥା ଏପରି ଦେଖି ଆପଣଙ୍କୁ ୟା ଉପରେ ଦୟା ଲାଗୁଥାଇପାରେ । ହେଲେ ଇଏ ଯେଉଁ କାମ କରିଛି ତାକୁ ଜାଣିଲେ ଆପଣଙ୍କୁ ବି ତାକୁ ମାରିବାକୁ ଇଚ୍ଛା ହେବ ।

ହଁ ଆଜ୍ଞା ଏ ଯୁବକ ଅତି ନିକଟରୁ ଜଣଙ୍କୁ ଗୁଳି ମାଡ କରିଛି । ତାହା ପୁଣି ଉକ୍ତ ବ୍ୟକ୍ତିଙ୍କ ଛାତିକୁ । ଯିଏ କି ଏବେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । ଛାତିରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତେବେ ଯାହା ସୂଚନା ରହିଛି ନାମଯଜ୍ଞ ଚାଲିଥିବା ବେଳେ ଏହି ଗୁଳି ମାଡ ହୋଇଛି । ଗୁଳି ମାଡରେ ଜଣେ ଗୁରୁତର ହୋଇପଡିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସ୍ୱରୀ ଗ୍ରାମପଂଚାୟତ ର ପିପଲପାଳି ଗାଁରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଉ ଏହି ସମୟରେ ଗତକାଲି ରାତି ୯ ଘଣ୍ଟା ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ । ଫଳରେ ଜଣେ ଗୁରୁତର ହୋଇଥିଲେ ।

ଗୁରୁତର ବ୍ୟକ୍ତିଙ୍କ ନାମ ହେଉଛି ବିଶ୍ଵାମିତ୍ର ଜାନି । ତାଙ୍କୁ ଗୁରୁତର ଅବସ୍ଥା ରେ କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନିଆଯାଇଛି । ଛାତିରେ ତାଙ୍କର ଗୁଳି ବାଜିଥିବରୁ ଏବେବି ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

ଏପଟେ ଗୁଳି କାଣ୍ଡ କରିଥିବା ଯୁବକ ଗିରଫହୋଇଛି । ଗିରଫ ଯୁବକ ମନମୁଣ୍ଡା ଥାନା ସାନମନମୁଣ୍ଡା ଗାଁର ବଳବନ୍ତ ନାୟକ । ପୁର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ଏସପି ସୂଚନା ଦେଇଛନ୍ତି । ଏଥିରେ ଆଉ ଦୁଇଜଣ ସମ୍ପୃକ୍ତ ଥିବା ଏସପି ରା଼ଜ ପ୍ରସାଦ କହିଛନ୍ତି l ତେବେ ଏ ସମ୍ପର୍କରେ ପରିବାର ଲୋକଙ୍କ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.