ଆଜି ପ୍ରକାଶ ପାଇବ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ଡିଗ୍ରୀ କଲେଜ ପାଇଁ ପ୍ରଥମ କଟ୍‌ ଅଫ୍ ତାଲିକା

ଭୁବନେଶ୍ବର : ଆଜି ପ୍ରକାଶ ପାଇବ ୨୦୨୦-୨୧ ଶିକ୍ଷାବର୍ଷର ଯୁକ୍ତ ୩ ଡିଗ୍ରୀ କଲେଜ ପାଇଁ ପ୍ରଥମ କଟ୍‌ ଅଫ୍‌। ଚଳିତ ବର୍ଷ ରାଜ୍ୟ ରେ ଥିବା ୧୦୨୯ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ପାଇଁ ୨ ଲକ୍ଷ ୨୭ ହଜାର ୩୯୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଆଜି ସକାଳ ୧୧ ଟା ରେ ପ୍ରକାଶ ପାଇବ ପ୍ରଥମ କଟ୍‌ ଅଫ୍‌।

କଟ୍‌ ଅଫ୍‌ ତାଲିକା ପ୍ରକାଶ ପାଇବା ସମୟ ଠାରୁ ଅକ୍ଟୋବର ୧ ରାତି ୧୧ ଟା ୪୫ ଯାଏଁ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି ଦାଖଲ କରିବେ। ଅକ୍ଟୋବର ୮ ରେ ପ୍ରକାଶ ପାଇବ ଦ୍ଵିତୀୟ କଟ ଅଫ୍‌। ତା ପରେ ସ୍ପଟ ନାମଲେଖା ପାଇଁ କଲେଜ ଗୁଡିକୁ ଅଲଗା ଗାଇଡ ଲାଇନ ପଠାଯିବ । ଚଳିତବର୍ଷ କଳାରେ ୧ ଲକ୍ଷ ୩୯ ହଜାର ୦୨୫,ଫିଜିକାଲ ସାଇନ୍ସ ରେ ୪୨ ହଜାର ୨୩୪,ବାୟୋଲୋଜି ସାଇନ୍ସ ରେ ୨୬ ହଜାର ୬୧୦,ବାଣିଜ୍ଯ ରେ ୩୧ ହଜାର ୧୩୯,ସେଲ୍ଫ ଫାଇନାନ୍ସ ରେ ୧୬୬୬ ଓ ସଂସ୍କୃତ ବିଷୟରେ ୯୧୧୬ ସିଟ୍‌ ପାଇଁ କଟ୍‌ ଅଫ୍‌ ତାଲିକା ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.