ଶେଷ ହେଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୬୦ ପ୍ରତିଶତ ହୋଇଛି ମତଦାନ

କେନ୍ୟୁଜ୍(ବ୍ୟୁରୋ): ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୬୦ ପ୍ରତିଶତ ମତଦାନ ହୋଇଛି । କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ସବୁଠି ସୁରୁଖୁରରେ ସରିଛି ଭୋଟ୍‌ ଗ୍ରହଣ । କୋଭିଡ କଟକଣାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବିଶେଷକରି ମହିଳା ଓ ଯୁବ ଭୋଟରଙ୍କ ମଧ୍ୟରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମତଦାନ କେନ୍ଦ୍ର ଆଗରେ ଲମ୍ବା ଲାଇନ ଲଗାଇଥିଲେ । ବ୍ଲକ ହେଡକ୍ୱାଟରରେ ଗୋଟିଏ ଲେଖାଁଏ ପିଙ୍କ ବୁଥ୍‌ ଖୋଲାଯାଇଥିଲା। ୩୦ ଜିଲ୍ଲାର ୭୧ ବ୍ଲକର ୧୬ ଶହ ୬୯ ପଞ୍ଚାୟତରେ ବିଭିନ୍ନ ପଦବୀ ଓ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ନିଆଯାଇଛି । ୭୨୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୬୭ଲକ୍ଷ ୫୧ ହଜାର ଭୋଟର। ଏଥିପାଇଁ ୨୨ହଜାର ୩୭୯ ବୁଥ୍‌ କରାଯାଇଥିଲା। ସେଭିତରୁ ୩ହଜାର ୩୫୭ ବୁଥ୍‌ ଉତ୍ତେଜନାପ୍ରବଣ ଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.