ଟ୍ରେନ ଟିକେଟ ବୁକ ପାଇଁ ବାହାରିଲା ନୂଆ ପେମେଣ୍ଟ ସର୍ଭିସ, ଶୀଘ୍ର ଜାଣନ୍ତୁ

ଭାରତୀୟ ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି। ଏହା ଜରିଆରେ ଏବେ ଟ୍ରେନ ଯାତ୍ରୀମାନେ ଖୁବ ସହଜରେ ଯାତ୍ରା କରି ପାରିବେ। ମାନେ ଏବେ ଯାତ୍ରୀଙ୍କୁ ଟିକେଟ ପେମେଣ୍ଟ ପାଇଁ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରେଳ ବିଭାଗ ଏବେ ଟ୍ରେନ ଯାତ୍ରୀଙ୍କ ପାଇଁ ନୂ ଆ ସର୍ଭିସ ପ୍ଲାନ ବାହାର କରିଛନ୍ତି। ଏହା ଅନ୍ତର୍ଗତ ସମସ୍ତ ଟ୍ରେନ ଯାତ୍ରୀ ସୁବିଧା ପାଇପାରିବେ।

ସମସ୍ତ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଏହି ପ୍ଲାନ ବାହାରିଛି। ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ଯୋଜନା ଆରମ୍ଭ କରିଛି। ଏହି ଯୋଜନା ମୁତାବିକ ଯାତ୍ରୀ ମାନେ ଏବେ କ୍ୟୁଆର କୋଡ ତଥା ୟୁପିଆଇ ପେମେଣ୍ଟ ମାଧ୍ୟମରେ ଟ୍ରେନ ଟିକେଟ କିଣିପାରିବେ। ଏଥିରେ ଯାତ୍ରୀମାନଙ୍କୁ ଟିକେଟ ନେବା ଆହୁରି ସହଜ ହେବ। କିନ୍ତୁ ଏହାର ସୁବିଧା ଉଠାଇବା ପାଇଁ କିଛି ଜରୁରୀ ନିୟମ ମାନିବାର ଅଛି।

ଏହି ସୁବିଧା ଯାତ୍ରୀମାନେ ସେତେବେଳେ ଉଠାଇପାରିବେ ଯେତେବେଳେ କୌଣସି ଷ୍ଟେସନରେ ଅଟୋମେଟିକ ଟିକେଟ ବେଣ୍ଡି ଂ ବା ଏଟିଭିଏମ୍‌ ମେସିନ ଥିବ। ଏହା ବିଲକୁଲ ଏଟିଏମ ଭଳି ହୋଇଥାଏ। ପ୍ରଥମେ ଏଥିରୁ କେବଳ ଲୋକାଲ ଓ ପ୍ଲାଟଫର୍ମ ଟିକେଟ କରାଯାଉଥିଲା। କିନ୍ତୁ ଏବେ ଭାରତୀୟ ରେଳ ବିଭାଗ ନୂଆ ସୁବିଧା ଲଞ୍ଚ କରିଛି। ଏବେ ଲମ୍ବା ଯାତ୍ରା କରିବାକୁ ହେଲେ ଆପଣ ଖୁବ ସହଜରେ ଏଥିରୁ ଟିକେଟ ବାହାର କରିପାରିବେ। ଏଥିପାଇଁ ସାଉଥ ରେଳ ବିଭାଗ କିଛି ନିିୟମରେ ପରିବର୍ତ୍ତନ କରିଛି।

Train
Image Credit: IRCTC

www.irctchelp.in ମୁତାବିକ ଏବେ ଏଟିଭିଏମ୍‌ ସହାୟତାରେ ପ୍ଲାଟଫର୍ମ ଟିକେଟ ସହିତ ଲଙ୍ଗ ଜର୍ଣ୍ଣି ପାଇଁ ମଧ୍ୟ ଆପଣ ଟିକେଟ ବୁକ କରିପାରିବେ। ଟିକେଟ ପାଇଁ ଏବେ ଯାତ୍ରୀ ମାନେ କ୍ୟୁଆର କୋଡ ସ୍କାନ କରିପାରିବେ। ଏହାସହ ୟୁପିଆଇ ଜରିଆରେ ଏହାର ପେମେଣ୍ଟ କରିବେ। ଅନଲାଇନ ସର୍ଭିସର ବୃଦ୍ଧିକୁ ଦେଖି ଯାତ୍ରୀଙ୍କୁ ଏହି ସୁବିଧା ରେଳବିଭାଗ ତରଫରୁ ଦିଆଯାଉଛି। କ୍ୟୁଆର କୋଡ ଆପଣଙ୍କୁ ମେସିନରେ ଫ୍ଳାଶ ହେବାର ନଜର ଆସିବ। ଏହାପରେ ଆପଣ ସ୍କାନ କରିପାରିବେ। ଆପଣ ଯେକୌଣସି ୟୁପିଆଇ ଆପ୍‌ ସାହାଯ୍ୟରେ ପେମେଣ୍ଟ କରିପାରିବେ।

ପୂର୍ବରୁ ରେଳ ବିଭାଗ ସ୍ମାଟକାଡ ର୍ ଜରିଆରେ ଏହା କରୁଥିବା ବେଳେ ଏବେ ମେସିନ ଦ୍ୱାରା ଏହା କରିବା ପାଇଁ ପ୍ଲାନ ହୋଇଛି। ଏହାପରେ ଯାତ୍ରୀମାନେ ଟ୍ରେନ ଟିକେଟକୁ ୟୁପିଆଇ ଆପ୍‌ ରୁ ବୁକ୍‌ କରିପାରିବେ। ଏଥିପାଇଁ ଉଭୟ ଡେବିଟ ଓ କ୍ରେଡିଟ କାର୍ଡର ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.