ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦରେ ଲାଗୁ ହେବ ସ୍କିମ୍‌ ଅଫ ଆସେସମେଣ୍ଟ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ମହାମାରୀକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ପ୍ରୟାସ। ପ୍ରଥମ ଥର ପାଇଁ ଲାଗୁ ହେବ ସ୍କିମ୍‌ ଅଫ ଆସେସମେଣ୍ଟ ବ୍ୟବସ୍ଥା। ଏହା ସହ ନବମ ଓ ଦଶମ ଶ୍ରେଣୀ ପାଇଁ ପରୀକ୍ଷା ପଦ୍ଧତି ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା ଫଳରେ ମହାମାରୀ ଭଳି ପରିସ୍ଥିତିରେ ଆସେସ୍‌ମେଣ୍ଟ ଆଧାରରେ ପରୀକ୍ଷା ଫଳ ପ୍ରକଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସମେଟିଭ ୧ ଓ ସମେଟିଭ ୨ ଭଳି ଦୁଇଟି ପରୀକ୍ଷା ହେବ।

ସେହିଭଳି ପ୍ରଥମ ଥର ଲାଗି ଇଣ୍ଟରନାଲ ଆସେସମେଣ୍ଟ ମଧ୍ୟ ଲାଗୁହେବ। ଇଣ୍ଟରନାଲ ଆସେସମେଣ୍ଟ ୨୦ ପ୍ରତିଶତ, ପ୍ରଥମ ଟର୍ମ ପରୀକ୍ଷା ୩୦ ପ୍ରତିଶତ ଓ ଦ୍ୱିତୀୟ ଟର୍ମ ବା ଫାଇନାଲ ପରୀକ୍ଷା ୫୦ପ୍ରତିଶତ ହେବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ପ୍ରକାରେ ବାର୍ଷିକ ପରୀକ୍ଷା ବାତିଲ୍‌ ହୁଏ ତେବେ ପରୀକ୍ଷାର୍ଥୀ ଦେଇଥିବା ପୂର୍ବ ପରୀକ୍ଷା ଆଧାରରେ ମାର୍କ ମିଳିବ। ପର୍ଯ୍ୟାୟକ୍ରମେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସଂସ୍ପର୍ଶରେ ଅଧିକ ଜଡିତ ରହିବେ।

ବିଭିନ୍ନ ଶିକ୍ଷାବିତଙ୍କ ସହ ଆଲୋଚନା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିଭଳି ପୂର୍ବରୁ ଶିକ୍ଷାବର୍ଷ ଏପ୍ରିଲରେ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହେଉଥିବା ବେଳେ ୨୦୨୧-୨୨ରେ ଏହାକୁ ଜୁଲାଇରୁ ଏପ୍ରିଲକୁ ପରିବର୍ତ୍ତନ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏ ରହିବ। ପ୍ରତି ଟର୍ମରେ ସିଲାବସର ୫୦ପ୍ରତିଶତ ପାଠ ପଢାଯିବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.