ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନଙ୍କ ଦାନ୍ତ ମଧ୍ୟରେ ଥାଏ ଦୂରତା, ପଢ଼ନ୍ତୁ ଦାନ୍ତକୁ ନେଇ ବ୍ୟକ୍ତିଙ୍କ ସ୍ୱଭାବ

ଦାନ୍ତ ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଗୋଟିଏ। ଯାହାର ଦାନ୍ତ ସୁନ୍ଦର ଆଉ ଆକର୍ଷକ ହୋଇଥାଏ, ସେମାନଙ୍କର ହସ କାହାକୁ ବି ନିଜ ଆଡକୁ ସହଜରେ ଆକର୍ଷିତ କରିଥାଏ। ସମୁଦ୍ର ଶାସ୍ତ୍ରରେ ଦାନ୍ତକୁ ନେଇ ବହୁତ ଅଧ୍ୟୟନ କରାଯାଇଛି। ସମୁଦ୍ର ଶାସ୍ତ୍ର ଅନୁଯାୟୀ ଦାନ୍ତ ମାଧ୍ୟମରେ ମଧ୍ୟ କୌଣସି ବ୍ୟକ୍ତିଙ୍କ ସ୍ୱଭାବ ଏବଂ ଚରିତ୍ର ବିଷୟରେ ସହଜରେ ଅନୁମାନ ଲଗାଯାଇହେବ। ତେବେ ଜାଣନ୍ତୁ କେଉଁ ପ୍ରକାରର ଦାନ୍ତ ଥିବା ମଣିଷଙ୍କ ସ୍ୱଭାବ କେମିତି ହୋଇଥାଏ।

ଯେଉଁ ବ୍ୟକ୍ତିଙ୍କ ଦାନ୍ତ ସିଧା ଏବଂ ସମାନ ରେଖାରେ ଥାଏ, ସେମାନେ ବହୁତ ଧନବାନ ହୋଇଥାନ୍ତି। ନିଜ ଜୀବନରେ ଏମାନେ ବହୁତ ନାମ କମାଇଥାନ୍ତି। ଏମିତି ଲୋକ କୌଣସି ବି ଚାକିରି କରିବାକୁ ପସନ୍ଦ କରନ୍ତିନି ବରଂ ମାଲିକ ହୋଇ ଅନ୍ୟ ଉପରେ ହୁକୁମ ଚଲାଇବାକୁ ପସନ୍ଦ କରନ୍ତି।

ଯେଉଁ ମହିଳାଙ୍କ ଦାନ୍ତ ଅଳ୍ନ ଉଚ୍ଚ ଅର୍ଥାତ ବାହାର ଆଡକୁ ବାହାରିକି ଥାଏ, ସେମାନେ ବହୁତ କଥା କହନ୍ତି। ନିଜ କଥା ମନାଇନେବାରେ ଏମାନେ ମାହିର ହୋଇଥାନ୍ତି। ଏମାନେ କେବେ ହସମୁଖି ତ ଆଉ କେତେବେଳେ ବହୁତ ରାଗି ସ୍ୱଭାବର ହୋଇଥାନ୍ତି।

teethକଳା ଏବଂ ବଙ୍କା ତେଢ଼ା ଦାନ୍ତ ଥିବା ବ୍ୟକ୍ତି ସର୍ବପ୍ରଥମେ ନିଜ ବିଷୟରେ ଭାବିଥାନ୍ତି। ନିଜ ହିତ ସାଧନ ପାଇଁ ଏମାନେ କାହାକୁ ବି ବନ୍ଧୁ କରିଦିଅନ୍ତି। ଆଉ ସ୍ୱାର୍ଥ ପାଇବା ପରେ ତାକୁ ଛାଡି ଦିଅନ୍ତି।
ଧଳା ଏବଂ ସୁନ୍ଦର ଦାନ୍ତ ଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ସ୍ୱଭାବ ବି ବହୁତ ଭଲ ହୋଇଥାଏ। ଏମାନଙ୍କ ସମସ୍ତଙ୍କ ସହିତ ମିଶିଯାନ୍ତି। ଏହାସହ ଏମାନେ ବହୁତ ଇମୋସନାଲ ବ୍ୟକ୍ତିତ୍ୱର ହୋଇଥାନ୍ତି, ଏହି କାରଣରୁ ଜଲଦି କାହା ଉପରେ ବି ବିଶ୍ୱାସ କରିନିଅନ୍ତି। ଏଥିପାଇଁ କେବେକେବେ ଧୋକା ବି ଖାଆନ୍ତି।

ଯେଉଁ ବ୍ୟକ୍ତିଙ୍କ ଦାନ୍ତ ମଝିରେ ଦୂରତା ଥାଏ, ସେମାନେ ଟଙ୍କାକୁ ଖୁବ୍‌ ଉଡାନ୍ତି। ଏମାନଙ୍କୁ ପୈତୃକ ସମ୍ପତି ମଧ୍ୟ ମିଳିଯାଏ। ଆଉ ଏମାନେ ସାରା ଜୀବନ ଏହା ଉପରେ ହିଁ ନିର୍ଭର କରିଥାନ୍ତି।
ଯେଉଁ ଲୋକଙ୍କ ଦାନ୍ତ ହାଲକା କଳା ହୋଇଥାଏ, ସେମାନେ ବହୁତ ଚତୁରତାର ସହ ନିଜ କାମ ହାସଲ କରିନିଅନ୍ତି। ଏହାସହ ଏମିତି ଲୋକ ଝଗଡା ସ୍ୱଭାବର ହୋଇଥାନ୍ତି।

ଯେଉଁ ଲୋକଙ୍କ ଦାନ୍ତ ହଳଦିଆ କିମ୍ବା ହାଲକା ଲାଲ ରଙ୍ଗର ହୋଇଥାଏ। ଏମାନେ ବହୁତ ଖୁସମିଞ୍ଜାଜର ହୋଇଥାନ୍ତି। ଏମାନେ ସବୁ ମୁହୂର୍ତ୍ତକୁ ଜିଇଁବାରେ ବିଶ୍ୱାସ କରନ୍ତି। ଏମାନଙ୍କୁ ଲୋକଙ୍କ ସହ ମିଶିବା ହସିବା ଏବଂ ହସାଇବା ଭଲ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.