ଅନୁଗୋଳ: ଟ୍ରକ୍ ପଛରେ ପିଟିଲା କାର୍, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଅନୁଗୋଳ(କେନ୍ଯୁଜ୍): ଟ୍ରକ୍ ପଛରେ ପିଟିଲା କାର୍। ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ। ଅନୁଗୋଳ ଖମାର ଥାନା କଣ୍ଟିଆପଶି ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ଟି ତାଳଚେରରୁ ଇଂଜିଡି ଆଡକୁ ଯାଉଥିବାବେଳେ ବିଳମ୍ବିତ ରାତିରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଯାଇଥିଲା।
ଯାହା ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ଇଂଜିଡି ଅଞ୍ଚଳର। ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।