୫ ସନ୍ଦିଗ୍ଧଙ୍କୁ ଉଠାଇ ନେଲା ବାଲେଶ୍ୱର ପୋଲିସ୍, ପାକିସ୍ତାନ ଏଜେଣ୍ଟକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ

ବାଲେଶ୍ୱର(କେନ୍ଯୁଜ୍): ୫ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ବାଲେଶ୍ୱର ପୋଲିସ । ଚାନ୍ଦିପୁର ଝାମ୍ପରା ହାଟ ଓ ନୂଆନଈ ଅଞ୍ଚଳର ୫ ସନ୍ଦିଗ୍ଧ DRDO ପରିସରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଉଠାଇ ନେଇଛି ପୋଲିସ । ସେମାନେ ପ୍ରତିରକ୍ଷା ସମ୍ପର୍କିତ କିଛି ଗୁପ୍ତ ତଥ୍ୟ ପାକିସ୍ତାନ ଏଜେଣ୍ଟକୁ ଦେଇଥିବା ପୋଲିସକୁ ସୂଚନା ମିଳିଛି। ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଉଠାଇନେଇଥିବା ସୂଚନା । ଏନେଇ ତିନି ଦିନ ହେବ ତନାଘନା ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.