ହୀରାକୁଦର ୩୪ଟି ଗେଟ୍ ଖୋଲିବା ପରେ ବନ୍ଦ ହେଲା ସହରର ସମସ୍ତ ସ୍ଲୁଇସ୍‌ ଗେଟ୍, ବିଭିନ୍ନ ସ୍ଥାନରେ ପମ୍ପ ବସାଯାଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବାମ ପର୍ଶ୍ୱରୁ ୨୬ଟି ଓ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍‌ ଖୋଲାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୫୬ ଫୁଟ୍‌ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୫ଲକ୍ଷ ୬୧ ହଜାର ୫୪ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

୩୪ଟି ଗେଟ ଖୋଲିବା ଦ୍ୱାରା ସହରର ସମସ୍ତ ସ୍ଲୁଇସ୍‌ ଗେଟ ଗୁଡିକ ବନ୍ଦ କରାଯାଇଛି । ପ୍ରଶାସନ ସମସ୍ତ ଦିଗକୁ ତଦାରଖ କରୁଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଲୋ-ଲାଇନ ଅଞ୍ଚଳର ବିଭିନ୍ନ ସ୍ଥାନରେ ପମ୍ପ ବସାଯାଇ ଜଳ ନିଷ୍କାସନ କରାଯାଉଛି । ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ କାର୍ଯ୍ୟ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.