ଫୋକସରେ ଗୁରୁପ୍ରିୟା ସେତୁ ସୁରକ୍ଷା

ଭୁବନେଶ୍ବର : ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁ ଉଦଘାଟନ କରିବେ । ଏହାପୂର୍ବରୁ ମାଲକାନଗିରିରେ ପହଞ୍ଚିଛନ୍ତି ପୋଲିସ ଡିଜି ଆର.ପି ଶର୍ମା। ଉଦଘାଟନ ପୂର୍ବରୁ ପୋଲିସ ଡିଜି ସେତୁର ସୁରକ୍ଷା ଯା଼ଞ୍ଚ କରିଛନ୍ତି । ଏଥିସହ ମାଓପ୍ରବଣ ଇଲାକାରେ ମାଓବାଦୀ ଦମନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । ଗୁରୁପ୍ରିୟା ସେତୁ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଛି । ମାଓ ପ୍ରବଣ ଅଞ୍ଚଳରେ ଥିବା ଏହି ସେତୁ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲିକପ୍ଟର ଯୋଗେ ପୋଲିସ ଡିଜି ଗୁରୁପ୍ରିୟାରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.