ରିମିକ୍ସ ଦୁନିଆରେ “ଦିଲବର”ର ଧମାଲ ! ରିଲିଜ ହେଲା ମେକିଙ୍ଗ୍ ଭିଡିଓ

ମୁମ୍ବାଇ : ନିକଟରେ ସୋସିଆଲ ମିଡିଆରେ ରିଲିଜ ହୋଇଛି ସତ୍ୟମେବ୍ ଜୟତେର ବହୁ ପ୍ରତିକ୍ଷୀତ ଗୀତ ଦିଲବର। କେବଳ ସପ୍ତାହକ ମଧ୍ୟରେ ଏହା ଦର୍ଶକଙ୍କ ମନର ଘର କରିଛି। ଯାହକୁ ଦେଖ ତାହା ମୁହଁରେ ଆପଣଙ୍କୁ ଏହି ଗୀତଟି ଶୁଣିବାକୁ ମିଳିବ। ବହୁ କମ ସମୟ ମଧ୍ୟରେ ବହୁ ମାତ୍ରାରେ ଲୋକପ୍ରିୟତା ହାସିଲ କରିଥିବା ଦିଲବର ଗୀତର ମେକିଙ୍ଗ୍ ଭିଡିଓ ଆଉଟ ହୋଇଛି । ଏଥିରେ ସୁଟିଂ ସମୟରେ ନୋରା ବେଶ ପରିଶ୍ରମ କରିଥିବା ଦେଖାଯାଇଛି । ଏପରିକି ଶୁଟିଂ ସମୟରେ ତାଙ୍କ ଆଖିରେ ବାଲି ମଧ୍ୟ ପଡିଯାଇଥିଲା । କିନ୍ତୁ ସେ ଶୁଟିଂ ବନ୍ଦ ନକରି ଅଳ୍ପ ସମୟ ପରେ ପୁଣିଥରେ ଶୁଟିଂ ଆରମ୍ଭ କରିଦେଇଥିଲେ ।

ନିର୍ଦ୍ଦେଶକ ଭୂଷଣ କୁମାର ପ୍ରଥମରୁ ଭାବି ନେଇଥିଲେ ଦିଲବର ଗୀତର ରିକ୍ରିଏଟ୍ କରିବେ । ପୁରା ଟିମ୍ ସୁଟିଂ ସମୟରେ ଗୀତଟିକୁ ଏନଜୟ କରିଥିଲେ । ନୋରା ଫତେହିଙ୍କ ଦିଲବର ସଙ୍ଗକୁ କମ ସମୟରେ ୧୦୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଆରବିକ୍ ଥିମ୍ ଦେଖିବାକୁ ମିଳିଛି ଗୀତରେ । ବେଲି ଡ୍ୟାନ୍ସ ପାଇଁ ବେଶ ପପୁଲାର ନୋରା ଏଥିରେ ନିଜର ଜଳୱା ଦେଖାଇଥିବା ବେଳେ ଗୀତ ଗାଇଛନ୍ତି ନେହା କକ୍କଡ। ୧୯୯୯ରେ ଆସିଥିବା ଫିଲ୍ମ ସିର୍ଫ ତୁମ ଫିଲ୍ମର ଗୀତ ଦିଲବରକୁ ରିମେକ କରାଯାଇଛି ।

You might also like