ସିବିଆଇ ହାତରେ ଧରାପଡିଲେ ପୂର୍ବତନ MES ନିର୍ବାହୀ ଯନ୍ତ୍ରୀଙ୍କ ବାପା, ୯୫.୮୯ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର(କେନ୍ୟୁଜ୍): ସିବିଆଇ ହାତରେ ଧରାପଡିଲେ ପୂର୍ବତନ MES ନିର୍ବାହୀ ଯନ୍ତ୍ରୀଙ୍କ ବାପା। ତାଙ୍କଠାରୁ ୯୫.୮୯ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। କୋଟା ଷ୍ଟେସନରୁ ଏହି ଟଙ୍କା ନେଇ ଯାଉଥିବା ବେଳେ ରେଳବାଇ ପୋଲିସ ସନ୍ଦେହ କରି ତାଙ୍କୁ ଅଟକାଇଥିଲା। ପରେ ସିବିଆଇକୁ ଜଣାଇଥିଲେ।

ସିବିଆଇ ଚତ୍ରୁ ଲାଲ୍‌ ମୀନା ଓ ତାଙ୍କ ସଂପର୍କୀୟଙ୍କଠାରୁ ଏହି ଟଙ୍କା ଜବତ କରିଥିଲେ। ପଚରାଉଚରା ସମୟରେ ଏହା ତାଙ୍କ ପୁଅ ଗୁଲକେସ୍‌ ମୀନାଙ୍କ ବୋଲି ବାପା କହିଥିଲେ। ଗୁଲକେସ୍‌ MES GOPALPURରେ ନିର୍ବାହୀ ଯନ୍ତ୍ରୀ ଥିଲେ। ୨୦ ମାର୍ଚ୍ଚ ୨୦୧୨ରୁ ୧୭ ଫେବ୍ରୁଆରୀ ଯାଏ ଗୁଲକେସ ୧ କୋଟି ୩୭ ଲକ୍ଷ ଟଙ୍କାର ସଂପତ୍ତି ଠୁଳ କରିଥିଲେ। ଯାହାକି ତାଙ୍କ ଆୟର ୧୩୪.୨୭ ପ୍ରତିଶତ। ଗୋପାଳପୁର ସମେତ ୩ଟି ସ୍ଥାନରେ ସିବିଆଇ ଚଢାଉ ଚାଲିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.