ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ, ୨୦୧୬ ମସିହାରୁ ରହିଥିଲେ ଫେରାର

କଟକ(କେନ୍ୟୁଜ): ସରକାରୀ ପାଣ୍ଠି ହଡ୍‌ପ ଅଭିଯୋଗରେ ଯାଜପୁର ତହସିଲର ପୂର୍ବତନ ନାଜିର ଗିରଫ । ପୂର୍ବତନ ନାଜିର ରଜତ କୁମାର ରାଉତରାୟକୁ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ ଗିରଫ କରିଛି । ୨୦୧୬ ମସିହାରୁ ସେ ଫେରାର ଥିଲେ । ୪ କୋଟି ୯୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ତୋଷରପାତ ଘଟଣାରେ ରଜତ ହେଉଛି ମୁଖ୍ୟ କିଙ୍ଗପିନ ।

କଟକ ସିଡିଏ ଅଞ୍ଚଳରେ ଏକ ଭଡ଼ା ଘରେ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ ରଜତ ରାଉତରାୟ। ତେବେ ନିଜ ପରିଚୟକୁ ବାରମ୍ବାର ପରିବର୍ତ୍ତନ କରୁଥିଲେ। ନିଜ ପରିବାର ଓ ସଂପର୍କୀୟଙ୍କ ସହ ସଂପର୍କ ଛିନ୍ନ କରିଥିବା ଜଣାପଡ଼ିଛି। କମ ବ୍ୟବଧାନରେ ନିଜର ଠିକଣା ଓ ମୋବାଇଲ ନମ୍ବର ବାରମ୍ବାର ବଦଳାଉଥିବାରୁ ତାଙ୍କୁ ଧରିବା ସମ୍ଭବ ହେଉନଥିବା ଭିଜିଲାନ୍ସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.