ଏପଟେ ଚାଲିଥିଲା ବ୍ରେନ୍‌ ସର୍ଜରୀ, ସେପଟେ ରୋଗୀ ଗାଉଥିଲେ ଗଜଲ୍‌! ଭାଇରାଲ ହେଉଛି ଓଟି ଭିତରର ଏହି ଭିଡିଓ

ବ୍ରେନ୍‌ ଟ୍ୟୁମର ସର୍ଜରୀ ଏକ ଗମ୍ଭୀର ଅପରେସନ। ଯେତେବେଳେ ବି ଡାକ୍ତର ରୋଗୀର ବ୍ରେନ୍‌ ସର୍ଜରୀ କରି ଥାଆନ୍ତି, ତା’ ପୂର୍ବରୁ ରୋଗୀକୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥାଏ। କିନ୍ତୁ ଏଠି ଛତିଶଗଡ଼ରୁ ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଛତିଶଗଡ଼ ରାଜଧାନୀ ରାୟପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ଅନେକଙ୍କୁ ସ୍ତବ୍ଧ କରି ଦେଇଛି। ଏପରି କି, ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆ ମିଡିଆରେ ଘୂରି ବୁଲୁଛି।

ଭାଇରାଲ ଭିଡିଓରେ ଦେଖା ଯାଉଛି ଯେ ଜଣେ ରୋଗୀ ହସ୍ପିଟାଲର ଅପରେସନ ଥିଏଟର ଭିତରେ ଶୋଇଛନ୍ତି ଏବଂ ଡାକ୍ତରମାନେ ତାଙ୍କର ସର୍ଜରୀ କରୁଛନ୍ତି। ତେବେ ସର୍ଜରୀ ସମୟରେ ରୋଗୀ ବେହୋସ୍‌ ନାହାନ୍ତି, ବରଂ ସେ ଏକ ଗଜଲ୍‌ ଗାଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଭିଡିଓରେ ରୋଗୀଙ୍କ ବ୍ରେନ୍‌ ସର୍ଜରୀ ହେଉଥିବା ବେଳେ ସେ ଆରାମରେ ଗୀତ ଗାଉଥିବାର ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ମାତ୍ରାରେ ସେୟାର ହେଉଛି। ରାୟପୁରରେ ଲାଇଭ୍‌ ଅପରେସନ ସମୟର ଏହି ଦୃଶ୍ୟ ଏବେ ଚର୍ଚ୍ଚାକୁ ଆସିଛି। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଏହି ସର୍ଜରୀ କରାଯାଇଛି। ଏଠାରେ ରୋଗୀଙ୍କୁ ବିଲ୍‌କୁଲ ବି କଷ୍ଟ ଅନୁଭବ ହେଉ ନାହିଁ। ଅପରେସନ ସମୟରେ ଡାକ୍ତରମାନେ ତାଙ୍କୁ କିଛି ଗୀତ ଗାଇବାକୁ କହୁଛନ୍ତି। ଆଉ ଏହା ପରେ ରୋଗୀ ଜଣକ ଗୁଣୁଗୁଣୁ ହୋଇ ଏକ ଗଜଲ୍‌ ଗାଇବା ଆରମ୍ଭ କରି ଦେଉଛନ୍ତି।

ଅପରେସନ ଥିଏଟରରେ ରୋଗୀ ଗୀତ ଗାଇ ନିଜର ସର୍ଜରୀ କରାଉଛନ୍ତି। ଭିତରେ କେହି ଜଣେ ଷ୍ଟାଫ୍‌ ତାଙ୍କ ଭିଡିଓ ଶୁଟ୍‌ କରୁଛନ୍ତି। ଏବେ ଏହି ଭିଡିଓକୁ ଲୋକେ ଖୁବ୍‌ ମାତ୍ରାରେ ଦେଖୁଛନ୍ତି। ବ୍ରେନ୍‌ ଟ୍ୟୁମର ସର୍ଜରୀ ବେଳେ ଗଜଲ୍‌ ଗାଉଥିବା ଏହି ରୋଗୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଛତିଶଗଡ଼ର ରାୟପୁର ସ୍ଥିତ ସୁୟଶ ହସ୍ପିଟାଲର ବୋଲି କୁହାଯାଉଛି। ଏଠାରେ ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେତେବେଳେ ଡାକ୍ତର ମାନେ ଅପରେସନ ଥିଏଟର ଭିତରେ ସର୍ଜରୀ କରିବା ଆରମ୍ଭ କରିଥିଲେ, ତ ରୋଗୀ ଜଣକ ଗୁଲାମ୍‌ ଅଲ୍ଲୀ ଓ ନୁସରତ ଫତେହ ଅଲ୍ଲୀ ଖାନଙ୍କ ପ୍ରସିଦ୍ଧ ଗଜଲ୍‌ ଗାଇଥିଲେ। ପରେ ହସ୍ପିଟାଲ ତରଫରୁ ଏହି ଭିଡିଓକୁ ଜାରି କରାଯାଇଥିଲା। ଅନେକ ଲୋକ ଏହାକୁ ଲାଇକ୍‌, ସେୟାର କରିବା ସହିତ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।