ବାମ ପଟ ଛାତିରେ ଗୁଳି ବାଜିଲେ ମଣିଷ ୫ ମିନିଟରେ ମରିଯିବ, ନବ ଦାସଙ୍କୁ କେମିତି ଏୟାର ଲିଫ୍ଟ କରାଗଲା? ପ୍ରଶ୍ନ ଉଠାଇଲେ ପ୍ରକାଶ ମିଶ୍ର

କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଭଲ ଭାବରେ ହେଇପାରିବ ବୋଲି ରାଜ୍ୟବାସୀ ଆଶା କରିଥିଲେ। କିନ୍ତୁ ଏତେ ଦିନ ପରେ ବି ସଠିକ ଭାବରେ ତଦନ୍ତ ହୋଇପାରିଲାନାହିଁ : ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର

କେନ୍ୟୁଜ୍(ବ୍ୟୁରୋ): ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ସାମ୍ବାଦିକ ସମିଳନୀ।  ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସଆଇ ହତ୍ୟା କରିବା ଓଡିଶା ଇତିହାସରେ ପ୍ରଥମ। କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଭଲ ଭାବରେ ହେଇପାରିବ ବୋଲି ରାଜ୍ୟବାସୀ ଆଶା କରିଥିଲେ। କିନ୍ତୁ ଏତେ ଦିନ ପରେ ବି ସଠିକ ଭାବରେ ତଦନ୍ତ ହୋଇପାରିଲାନାହିଁ। ଯେଉଁଭଳି ଭାବରେ ହତ୍ୟାକାଣ୍ଡର ତଦନ୍ତ ଚାଲିଛି ଲାଗୁଛି ଅଭିଯୁକ୍ତ ଗୋପାଳ ଦାସଙ୍କୁ ମାନସିକ ରୋଗୀ ଭାବରେ ବିବେଚନା କରିବାକୁ ଆଗରୁ ନିଷ୍ପତି ହୋଇସାରିଛି।  ପୋଷ୍ଟମର୍ଟମ ତଥ୍ୟ ଅନୁଯାୟୀ ମନ୍ତ୍ରୀଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା।

ଆଉ ବାମପଟ ଛାତିରେ ଗୁଳି ବାଜିଲେ ମଣିଷର ମୁତ୍ୟୁ ୫ ମିନିଟ ଭିତରେ ହିଁ ହେଇଯିବ। ତେବେ ଏଠି ପ୍ରଶ୍ନ ଉଠୁଛି ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ ପରେ ପ୍ରଥମେ ଝାଡ଼ସୁଗୁଡା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଚିକିତ୍ସ ପାଇଁ କେମିତି ଆଣାଗଲା? ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ଏପର୍ଯ୍ୟନ୍ତ ମିଳିପାରିନାହିଁ।  ହୁଏତ ଗୋପାଳ କହିପାରେ କି ସିଏ ହତ୍ୟା କରିନାହିଁ। ଯଦି ମନ୍ତ୍ରୀଙ୍କ ମୁତ୍ୟୁ ଘାଟଣାସ୍ଥଳରେ ହିଁ ହେଇଛି ତେବେ ଏହି ଖବରକୁ ବିଳମ୍ବ କିମ୍ବା ଲୁଚାଇବା ମଧ୍ୟ ଏକ ବିରାଟ ଅପରାଧ। ତାଙ୍କ ଉପରେ ଆଇନଗତ କାଯ୍ୟନୁଷ୍ଠାନ ମଧ୍ୟ ହୋଇପାରିବ। ସେପଟେ ନାର୍କୋ ଟେଷ୍ଟର ରିପୋର୍ଟ ମଧ୍ୟ ଲୋକଲୋଚନକୁ ଅଣାଯାଇପାରିନାହିଁ। ତେଣୁ କେଉଁଠି ନା କେଉଁଠି କିଛି ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.