କଟକ:ବାହାଘର ଶୋଭାଯାତ୍ରାରେ ବନ୍ଧୁକ ଧରି ନାଚିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
କେବେ ଠାରୁ ଓ କାହିଁକି ବନ୍ଧୁକ ଲାଇସେନ୍ସ ମିଳିଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ। ସୋ ବାଜି କରିବା ପାଇଁ ଯୁବକ ଜଣକ ବନ୍ଧୁକ ଧରିଥିଲେ।
କଟକ(କେନ୍ୟୁଜ୍): କଟକ ବାହାଘର ଶୋଭାଯାତ୍ରାରେ ବନ୍ଧୁକ ଧରି ନାଚିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଓଲଡ଼ LIC କଲୋନୀରୁ ଯାଉଥିଲା ବରଯାତ୍ରୀ। ଆର୍ମସ ଆକ୍ଟ ରେ ମାମଲା ରୁଜୁ କରିଛି ପୋଲିସ। ଏକ ପିସ୍ତଲ ଜବତ ଚାରି ରାଉଣ୍ଡ ଗୁଳି ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ ଗିରି ଓ ସନ୍ଦୀପ ପାତ୍ର। ଉଭୟ ବରଯାତ୍ରୀରେ ଥିଲେ।
ପ୍ରଶାନ୍ତ ଗିରି ନାଁରେ ରହିଛି ବନ୍ଧୁକର ଲାଇସେନ୍ସ। ତାଙ୍କ ଠାରୁ ବନ୍ଧୁକ ନେଇ ଧରି ଥିଲା ସନ୍ଦୀପ ପାତ୍ର। ପ୍ରଶାନ୍ତ ଏକ ଘରୋଇ କମ୍ପାନୀର କର୍ମଚାରୀ। କେବେ ଠାରୁ ଓ କାହିଁକି ବନ୍ଧୁକ ଲାଇସେନ୍ସ ମିଳିଛି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ। ସୋ ବାଜି କରିବା ପାଇଁ ଯୁବକ ଜଣକ ବନ୍ଧୁକ ଧରିଥିଲେ।ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ। ଏହି ଯୁବକଙ୍କ ପରି କେହି ନକରିବା ପାଇଁ ଅପିଲ କଲା ପୋଲିସ।