ବିନା ଘୋଷଣାରେ ଘନଘନ ବିଜୁଳି କାଟ : ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବ ୪ଟି ସବ୍‌ କମିଟି

power cutଭୁବନେଶ୍ବର: ବିନା ଘୋଷଣାରେ ଘନଘନ ବିଜୁଳି କାଟ। ରାଜ୍ୟରେ ବିଦ୍ୟୁତ ଉପଭୋକ୍ତଙ୍କ ମଧ୍ୟରେ ଅସନ୍ତୋଷ। ମିଟର ରିଡିଂଠାରୁ ଆରମ୍ଭ କରି ପାଓ୍ଵାର ସପ୍ଲାୟ ଓ ମେଣ୍ଟାନାନ୍ସ ନେଇ ବିଦ୍ୟୁତ ବିଭାଗ ନାଁରେ ପୁଳାପୁଳା ଅଭିଯୋଗ। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଗୃହ କମିଟି। ଶକ୍ତି କ୍ଷେତ୍ରରେ କିଭଳି ଉନ୍ନତି ଅଣାଯାଇ ପାରିବ ସେ ନେଇ ଗଠିତ ହୋଇଛି ଚାରିଟି ସବ କମିଟି। ଏଥିରେ ରହିବେ ବିଧାୟକଙ୍କ ସମେତ ବିଦ୍ୟୁତ ଯୋଗାଣକାରୀ କମ୍ପାନୀର ପ୍ରତିନିଧି।

ଆଜି ଗୃହ କମିଟି ବୈଠକରେ ସୀମା ବିବାଦ ମଧ୍ୟ ସ୍ଥାନ ପାଇଥିଲା। ଅନ୍ୟ ରାଜ୍ୟର ସୀମାକୁ ଲାଗିଥିବା ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ବୈଠକରେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ନୂଆପଡ଼ା, ଗଞ୍ଜାମ,ଗଜପତି,କଳାହାଣ୍ଡି,ମୟୂରଭଞ୍ଜ,ବାଲେଶ୍ୱର,କୋରାପୁଟ, ନବକଙ୍ଗପୁର, ରାୟଗଡ଼ା, ବରଗଡ଼ ଜିଲ୍ଲା ସହ ଅନ୍ୟ ରାଜ୍ୟର ସୀମା ଲାଗିଛି। ସେଠାରୁ ବାରମ୍ବାର ସୀମା ବିବାଦ ନେଇ ଅଭିଯୋଗ ଆସୁଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଗୃହ କମିଟି ବୈଠକରେ ବିଜେପିର କୌଣସି ସଦସ୍ୟ ଯୋଗ ଦେଇନଥିଲେ।

Leave A Reply

Your email address will not be published.